ମାଲକାନଗିରି, ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଛଙ୍କି ବଡନାୟକ (ବୟସ ୬୫) ଓ ମାଲକାନଗିରି ସଦର ଡି ଏନ୍ କେ ର ବାସନ୍ତୀ କୁଲଦୀପ (ବୟସ ୬୨) ଆନିମିୟା ରୋଗରେ ପୀଡିତ ହୋଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତେବେ ସେମାନଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ରକ୍ତର ଆବଶ୍ୟକତା ଥିବାବେଳେ ଏହି ଖବର ପାଇ ମାଲକାନଗିରି ଜ଼ିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘ ସମ୍ପାଦକ ଗୁପ୍ତ ପ୍ରସାଦ ମାଝୀ ଓ ମାଲକାନଗିରି ଜ଼ିଲ୍ଲା ମା ଗୃହ ଶାନ୍ତି ସେନାର ସଭାପତି ଅଞ୍ଜୁ କୁଲଦୀପ ତୁରନ୍ତ ବିଜୁ ଜନତା ଦଳର କର୍ମି ତଥା ସମାଜସେବୀ କେ.ରାହୁଲଙ୍କୁ ରକ୍ତଦାତା ଯୋଗାଡ଼ କରିବାକୁ ଯୋଗାଯୋଗ କରିଥିଲେ। ତୁରନ୍ତ ସମାଜସେବୀ ଶ୍ରୀ ରାହୁଲ ୧୧୯ କଲୋନୀର ରମିୟ ବାଘ ନାମକ ଜଣେ ଯୁବକ ଓ ଜ଼ିଲ୍ଲା ଛାତ୍ର ସମ୍ପାଦକ ସି.ଏଚ.ପ୍ରକାଶ କୁମାରଙ୍କୁ ଯୋଗାଯୋଗ କରି ରକ୍ତଦାନ କରିଥିଲେ ।
ଏହିଅବସର ରେ ଗୁପ୍ତ ପ୍ରସାଦ ମାଝୀ ଓ ବି. ବିଭୁତି ଭୁଷଣ ଉପସ୍ତିତ ରହି ରକ୍ତଦାତାଙ୍କ ମନୋବଳ ବଢ଼ାଇଥିଲେ ।