ଖୋର୍ଦ୍ଧା, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚର୍ତୁପାଶ୍ୱର୍ରେ ପାଚେରୀ ନିର୍ମାଣକୁ ବିରୋଧ କରି ଆଜି ମେଡିକାଲ ପାଚେରୀ ବାହାରେ ଏବଂ ସହରରେ ଥିବା ସମସ୍ତ ଔଷଧ ଦୋକାନ ଓ ଅନ୍ୟାନ୍ୟ ଦୋକାନ ବନ୍ଦ ରହିଛି । ଏପରିକି ପାଚେରୀ ନିର୍ମାଣକୁ ବିରୋଧ କରି ଖୋର୍ଦ୍ଧା ଔଷଧ ଦୋକାନ ସଂଗଠନ ଓ ମେଡିକାଲ ପାଚେରୀ ବାହାରେ ଥିବା ଦୋକାନୀ ମାନେ ପାଚେରୀ ନିର୍ମାଣ ନକରାଯାଉ ବୋଲି ଜିଲ୍ଲାପାଳଙ୍କୁ ଏ ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ମେଡିକାଲର ଏହି ପାଚେରୀ ନିର୍ମାଣ ହେଲେ ଔଷଧ ଦୋକାନ ଗୁଡିକୁ ଥିବା ସମସ୍ତ ରାସ୍ତା ବନ୍ଦ ହୋଇଯିବ । ଫଳରେ ଔଷଧ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇଯିବ ବୋଲି ଦୋକାନୀ ମାନେ ଆଶଙ୍କା କରିଛନ୍ତି । ଯାହାକୁ ନେଇ ଔଷଧ ଦୋକାନ ସଂଗଠନ ପକ୍ଷରୁ ଆଜି ବନ୍ଦ ଡ଼ାକରା ଦିଆଯାଇଛି । ଅନ୍ୟପକ୍ଷରେ ସହରର ସମସ୍ତ ଔଷଧ ଦୋକାନ ଓ ଅନ୍ୟାନ୍ୟ ଦୋକାନ ବନ୍ଦ ରହିଥିବା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।