-
ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲି ପଡିଛି ଆସନ
ଭୁବନେଶ୍ୱର, ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । କଟକ ମେୟର ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ଉପନିର୍ବାଚନ ହେବ । ଏନେଇ ଶୁକ୍ରବାର ଦିନ ନିର୍ବାଚନ କମିଶନ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉପନିର୍ବାଚନ ପାଇଁ ମେ ୨୬ରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ । ଜୁନ୍ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇପାରିବ । ଜୁନ୍ ୩ ତାରିଖରେ ନାମାଙ୍କନ ପତ୍ର ଯାଂଚ କରାଯିବ । ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିହେବ । ଆବଶ୍ୟକସ୍ଥଳେ ଜୁନ୍ ୧୩ ତାରିଖରେ ସକାଳ ୯ଟାରୁ ୪ ଟା ମଧ୍ୟରେ ମତଦାନ ଗ୍ରହଣ କରାଯିବ ଏବଂ ସେହିଦିନ ୫ଟା ବେଳେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଜୁନ୍ ୧୭ ସୁଦ୍ଧା ନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଶେଷ ହେବ ।
ସୂଚନାଯୋଗ୍ୟ, ଏପ୍ରିଲ୍ ୨୧ ତାରିଖରେ କଟକ ମେୟର ସୁବାସ ସିଂହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ ।