ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ କନିସି ହାଟ ଠାକୁରାଣୀ ମନ୍ଦିର ସାହିରେ ଗତକାଲି ବିଳମ୍ବିତ ରାତିରେ ଜଣେ ନବବିବାହିତା ବଧୂ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ନବବଧୂ ଜଣକ ହେଲେ ମାମୁନି ବିଶୋଇ (୨୫) । ତାଙ୍କ ସ୍ଵାମୀଙ୍କ ନାମ ଚିନ୍ତାମଣି ଦଳବେହେରା । ଦୁହେଁ ଗତ ଫେବୃଆରୀ ୬ ତାରିଖରେ ବିବାହ କରିଥିଲେ । ନବବଧୂ ମାମୁନି କୂଅକୁ ଡେଇଁବା ଖବର ପାଇ ସାଇ ପଡିଶା ଲୋକେ ଘଟଣାସ୍ଥଳରେ ପହଂଚି କୂଅ ଭିତରୁ ତାଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରିଥିଲେ । ଏବଂ ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋଳନ୍ଥରା ପୋଲିସ ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ଛାନଭିନ୍ ଚଳାଇଛି । ତେବେ ନବବଧୂ ମାମୁନିଙ୍କ ଆତ୍ମହତ୍ୟାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି ।
Related Stories
November 23, 2024