
ଭୁବନେଶ୍ୱର, ଖଣି ମାଲିକ ତଥା କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ଜମାକୁ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥିସହ ତାଙ୍କ ୬୯ ଲକ୍ଷର କ୍ୟାସ୍ ମଧ୍ୟ ଜବତ କରାଯାଇଛି । ଇଡି ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
ଇଡି ପକ୍ଷରୁ କୁହା ଯାଇଛି ଯେ ପୂର୍ବତନ ବିଧାୟକଙ୍କ କେନ୍ଦୁଝର ଜିଲ୍ଲାର ଯୋଡା ଓ ଭୁବନେଶ୍ୱର ସ୍ଥିତ ତାଙ୍କର ଘର ଓ କାର୍ଯ୍ୟାଳୟ ଉପରେ ଉପରେ ଇଡି ପକ୍ଷରୁ ସର୍ଚ ଅପରେସନ ଚଳା ଯାଇଥିଲା ।