
-
ଜଙ୍ଗଲ ସୀମାନ୍ତରେ ରହୁଥିବା ଗ୍ରାମବାସୀଙ୍କ ଜୀବନଧାରଣର ମାନ ବଢାଇବାକୁ ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ଜଙ୍ଗଲର ଉନ୍ନତି କରିବା ଏବଂ ଜଙ୍ଗଲ ସୀମାନ୍ତରେ ରହୁଥିବା ଗ୍ରାମବାସୀଙ୍କ ଜୀବନଧାରଣର ମାନ ବଢ଼ାଇବା ଦିଗରେ ବନ ଅଧିକାରୀ ମାନେ ରୋଡମ୍ୟାପ ପ୍ରସ୍ତୁତ କରନ୍ତୁ । ରାଜ୍ୟ ଡିଭିଜନାଲ ବନ ଅଧିକାରୀମାନଙ୍କ ସମ୍ମିଳନୀକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି ଦୁଇ ଦିନିଆ ଡିଏଫଓ ସମ୍ମିଳନୀ ଆଜି ଠାରୁ ଲୋକସେବା ଭବନର କନଭେନ୍ସନ ସେଂଟରରେ ଆରମ୍ଭ ହୋଇଛି ।
ସେ ଆହୁରି କହିଛନ୍ତି ଯେ କରୋନା ମହାମାରୀ କାରଣରୁ କଠିନ ପରିସ୍ଥିତି ସତ୍ୱେ ଇଣ୍ଡିଆ ଷ୍ଟେଟ ଅଫ୍ ଫରେଷ୍ଟ ରିପୋର୍ଟ- ୨୦୨୧ ଅନୁଯାୟୀ ଗତ ଦୁଇ ବର୍ଷ ମଧ୍ୟରେ ଆମର ଜଙ୍ଗଲଗୁଡ଼ିକ ଅଧିକ ଉନ୍ନତ ହୋଇଛି । ଏହା ଆମ ଲୋକଙ୍କ ନିରନ୍ତର ସମର୍ଥନ, ଭିଏସଏସ ସଦସ୍ୟ ତଥା ବନବିଭାଗର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି । ଆଗାମୀ ଦିନରେ ଏହି ଏହି କାମକୁ ବଜାୟ ରଖିବାକୁ ସେ ଆହ୍ୱାନ ଜଣାଇଛନ୍ତି ।
ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବନବିଭାଗ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଜଙ୍ଗଲ ଅଗ୍ନିକାଣ୍ଡ ଘଟଣାରେ ବିଭାଗ ପଚାଶ ପ୍ରତିଶତ ହ୍ରାସ କରିଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ଉଦବୋଧନ ଦେଇଥିଲେ ।
ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି ଦୁଇ ଦିନିଆ ଡିଏଫଓ ସମ୍ମିଳନୀ ଆଜି ଠାରୁ ଲୋକସେବା ଭବନର କନଭେନ୍ସନ ସେଂଟରରେ ଆରମ୍ଭ ହୋଇଛି ।
ସେ ଆହୁରି କହିଛନ୍ତି ଯେ କରୋନା ମହାମାରୀ କାରଣରୁ କଠିନ ପରିସ୍ଥିତି ସତ୍ୱେ ଇଣ୍ଡିଆ ଷ୍ଟେଟ ଅଫ୍ ଫରେଷ୍ଟ ରିପୋର୍ଟ- ୨୦୨୧ ଅନୁଯାୟୀ ଗତ ଦୁଇ ବର୍ଷ ମଧ୍ୟରେ ଆମର ଜଙ୍ଗଲଗୁଡ଼ିକ ଅଧିକ ଉନ୍ନତ ହୋଇଛି । ଏହା ଆମ ଲୋକଙ୍କ ନିରନ୍ତର ସମର୍ଥନ, ଭିଏସଏସ ସଦସ୍ୟ ତଥା ବନବିଭାଗର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି । ଆଗାମୀ ଦିନରେ ଏହି ଏହି କାମକୁ ବଜାୟ ରଖିବାକୁ ସେ ଆହ୍ୱାନ ଜଣାଇଛନ୍ତି ।
ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବନବିଭାଗ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଜଙ୍ଗଲ ଅଗ୍ନିକାଣ୍ଡ ଘଟଣାରେ ବିଭାଗ ପଚାଶ ପ୍ରତିଶତ ହ୍ରାସ କରିଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ଉଦବୋଧନ ଦେଇଥିଲେ ।
ପୂର୍ବତନ ବିଧାୟକ ଜିଚୁ ପଟ୍ଟନାୟକଙ୍କ ୧୩୩ କୋଟିର ଜମାକୁ ସିଜ୍ କଲା ଇଡି
ଭୁବନେଶ୍ୱର, ୧୨ ମଇ – ଖଣି ମାଲିକ ତଥା କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ଜମାକୁ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥିସହ ତାଙ୍କ ୬୯ ଲକ୍ଷର କ୍ୟାସ୍ ମଧ୍ୟ ଜବତ କରାଯାଇଛି । ଇଡି ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
ଇଡି ପକ୍ଷରୁ କୁହା ଯାଇଛି ଯେ ପୂର୍ବତନ ବିଧାୟକଙ୍କ କେନ୍ଦୁଝର ଜିଲ୍ଲାର ଯୋଡା ଓ ଭୁବନେଶ୍ୱର ସ୍ଥିତ ତାଙ୍କର ଘର ଓ କାର୍ଯ୍ୟାଳୟ ଉପରେ ଉପରେ ଇଡି ପକ୍ଷରୁ ସର୍ଚ ଅପରେସନ ଚଳା ଯାଇଥିଲା ।