ନୂଆପଡ଼ା, ନୂଆପଡା ଜିଲ୍ଲା ଆର.ଡି. ବିଭାଗରେ ସହକାରୀ ଯନ୍ତ୍ରୀ ଲିଙ୍ଗରାଜ ଖର୍ସେଲ ନିଜ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଆର.ଡି. ବିଭାଗରେ କାର୍ଯ୍ୟ କରି ନିଜର ଚାକିରୀ ଜୀବନ ସଫଳତା ସହ ସମାପନ କରିଛନ୍ତି। ସେ ଜଣେ ଭଦ୍ର, ଜଣେ ଦରଦୀ ମଣିଷ ରୂପେ ପରୋପକାରୀ କାର୍ଯ୍ୟରେ ନିୟୋଜିତ ରହି ସମସ୍ତଙ୍କ ହୃଦୟକୁ ଜିଣି ପାରିଛନ୍ତି। ବିଭାଗର କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରି ଅନେକ ଥର ପ୍ରଶଂସାର ପାତ୍ର ହୋଇଛନ୍ତି। ନୂଆପଡା ଜିଲ୍ଲା ଆର.ଡ଼ି ଉପଖଣ୍ଡ କାର୍ଯ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ ଖଡ଼ିଆଳ ଅଧିକ୍ଷଣ ଯନ୍ତ୍ରୀ ଅର୍ଜୁନ ଚନ୍ଦ୍ର ମୁଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଏସ.ଏନ. ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ମୁଦୁଲି, ସହକାରୀ ଯନ୍ତ୍ରୀ ସମ୍ବିତ ତ୍ରିପାଠୀ, ଯନ୍ତ୍ରୀ ବିନୟ ଶବର, କ୍ଷମା କୁଶଳ, ରଞ୍ଜିତ ସୋରେନ, ଦୀପକ ସାହୁ, ମୁଖ୍ୟ କିରାଣୀ ପ୍ରଶାନ୍ତ ପାଣି, କେସିୟର ମୁକେଶ ପାଣିଗ୍ରାହୀ, ସୁରେଶ ପଟ୍ଟନାୟକ, ରାଜେଶ ମହାପାତ୍ର, ଡି.ଏ. ଆନନ୍ଦ ସିଂ, ସ୍ବତନ୍ତ୍ର ଶ୍ରେଣି ଠିକାଦାର ଗୋପାଳ ସାହୁ, ସ୍ବରୂପା ହଂସ ବାବୁ ପ୍ରମୁଖଙ୍କ ସହ ବିଭାଗୀୟ କର୍ମଚାରୀର ବି. ଇନ୍ଦ୍ର ଅରୂପାନ, ଧନେଶ୍ବର, ଲକ୍ଷଣ, ଆନନ୍ଦ, ପୁଷ୍କର, ଶ୍ରୀରାମ ପ୍ରମୁଖ ସାମିଲ ଥିଲେ ।