
-
ଜଣେ ମୃତ, ୭ ଆହତ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ହୁମା ଫାଣ୍ଡି ଅନ୍ତର୍ଗତ ହୁମା ହାଟ ନିକଟରେ ଆଜି ପୂର୍ବାହ୍ନରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଏକ କନ୍ୟାଯାତ୍ରୀ ଗାଡି । ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗାଡିଟି ଖଲ୍ଲିକୋଟରୁ ଛତ୍ରପୁର ଅଭିମୁଖେ ଯାଉଥିବା ବେଳେ ହୁମା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହୁମା ଫାଣ୍ଡି ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।