-
ଶାନ୍ତିପୂର୍ଣ୍ଣ ସମାଧାନ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ- ଏଏସପି
କୋରାପୁଟ,ଖଡ଼ିମାଟି ଖନନକୁ ନେଇ ପୁଣି ଥରେ ନନ୍ଦପୁରର ହାଟଶୁକୁ ଓ ହରାଜା ଖୁଡୁବୁରେ ଉତେଜନା ପ୍ରକାଶ ପାଇଛି । ଫଳରେ ଖଣି ଖନନ କାର୍ଯ୍ୟରେ ନିୟୋଜିତ ଜେସିବି ସହ ଦୁଇଟି ଗାଡିକୁ ଅଟକାଇଛନ୍ତି ଗ୍ରାମବାସୀ । ପୋଲିସ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ ୫ ଗ୍ରାମବାସୀଙ୍କୁ ଖଲାସ କରିବାକୁ ସେମାନେ ଦାବି କରିଛନ୍ତି । ଉତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଆନ୍ଦୋଳନରତ ଗ୍ରାମବାସୀଙ୍କ ସହ ଆଲୋଚନା ପାଇଁ ନନ୍ଦପୁର ଗସ୍ତ କରିଛନ୍ତି ଅତିରିକ୍ତ ଏସପି । ଘଟଣାର ଶାନ୍ତିପୂର୍ଣ୍ଣ ସମାଧାନ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।