ଭୁବନେଶ୍ବର,ଦୁର୍ବଳ ହେଲା ଭୀଷଣ ବାତ୍ୟା “ଅସାନି” । ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟା ରେ ପରିଣତ ହୋଇଛି । ବର୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ 540କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ | ଗତ 6 ଘଣ୍ଟାରେ ଏହା 12 ଘଣ୍ଟା ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ବୋଲି ଅାଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ଅସାନି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରୁଛି। ତେଣୁ ଏହାର ଉପକୂଳ ପାଇଁ ଜାରି ହୋଇଛି ରେଡ୍ ଓ୍ବାର୍ଣ୍ଣିଂ। କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଅସାନି ସ୍ଥଳ ଭାଗକୁ ଛୁଇଁପାରେ। ସ୍ଥଳ ଭାଗ ଛୁଇଁବା ପରେ ଏହା ରିକର୍ଭ କରି ପୁଣି ସମୁଦ୍ର ଭିତରକୁ ପଳାଇପାରେ ବୋଲି ଅନୁମାନ କରାଯାଉଛି।