ଭୁବନେଶ୍ୱର – ସାମ୍ପ୍ରତିକ ବାତ୍ୟା ବୁଲବୁଲ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୧୮ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାସହ ୨୪ ତାରିଖ ସୁଦ୍ଧା ସହାୟତା ବଂଟନ କରିବା ପାଇଁ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ୩୩ ପ୍ରତିଶତ ଫସଲ ହାନି ଘଟିଥିବା ଚାଷୀମାନଙ୍କୁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ସହ ସ୍ୱଳ୍ପ ମିଆଦି ଋଣକୁ ଦୀର୍ଘମିଆଦି କରାଯିବ । ଜଳସେଚିତ ଜମିରେ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା, ସବୁଦିନିଆ ଫସଲ କ୍ଷୟକ୍ଷତି ପାଇଁ ହେକ୍ଟର ପିଛା ୧୮ହଜାର ଟଙ୍କା ଦେବାପାଇଁ ନିଦେ୍ର୍ଧଶରେ କୁହାଯାଇଛି । କ୍ଷତିଗ୍ରସ୍ତ ଜିଲ୍ଲା ମାନଙ୍କରେ ୪୫ ହଜାର ହେକ୍ଟର ଜମିରେ ଡେମୋନଷ୍ଟେ୍ରସନ କାର୍ଯ୍ୟକ୍ରମ କରାଯିବ । ଡାଲି ଓ ତୈଳଜାତୀୟ ଫସଲ ନଷ୍ଟ ପାଇଁ ୫୦ ହଜାର ମିନି କିଟ୍ ଯୋଗାଇ ଦିଆଯିବ । ୫୦ ପ୍ରତିଶତ ରିହାତି ଦରରେ ଚାଷୀଙ୍କୁ ୩୦୦୦ ସ୍ପେ୍ରୟର ଯୋଗାଇ ଦିଆଯିବ । ବ୍ୟାଟେରୀ ଚାଳିତ ସ୍ପେ୍ରୟର କ୍ଷେତ୍ରରେ ସର୍ବାଧିକ ରିହାତି ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପେ୍ରୟର ପାଇଁ ସର୍ବାଧିକ ରିହାତି ୭୫୦ ଟଙ୍କା ମିଳିବ । ପାନ ବରଜର ପୁନରୁଦ୍ଧାର ପାଇଁ ପ୍ରତି ଚାଷୀଙ୍କୁ ୩୦ ୟୁନିଟ୍ ପର୍ଯ୍ୟନ୍ତ ୧୫ ହଜାର ଟଙ୍କା ଦିଆଯିବ । ସମ୍ପୂର୍ଣ୍ଣ କ୍ଷତି ଡଙ୍ଗା ପିଛା ୯ ହଜାର ୬୦୦ ଟଙ୍କା ଏବଂ ଆଂଶିକ କ୍ଷତି ପାଇଁ ୪ ହଜାର ୧୦୦ ଟଙ୍କା, ମାଛ ଚାଷୀଙ୍କ ସମ୍ପୂର୍ଣ୍ଣ ନଷ୍ଟ ପାଇଁ ହେକ୍ଟର ପିଛା ୧୨ ହଜାର ୨୦୦ ଟଙ୍କା ଏବଂ ଇନପୁଟ ସବସିଡ଼ି ବାବଦରେ ୮ ହଜାର ୨୦୦ ଟଙ୍କା ପ୍ରଦାନ କରାଯିବ । ସମ୍ପୂର୍ଣ୍ଣ ନଷ୍ଟ ଜାଲ ପାଇଁ ୨୬୦୦ ଟଙ୍କା, ଆଂଶିକ ନଷ୍ଟ ପାଇଁ ୨୧୦୦ ଟଙ୍କା ଦିଆଯିବ । ୫୦ ୟୁନିଟ୍ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଛତୁ ଚାଷୀଙ୍କୁ ୪୦ ହଜାର ଟଙ୍କା ଯୋଗାଇ ଦିଆଯିବ । କ୍ଷୀର ଦେଉଥିବା ଗାଇ ଓ ମଇଁଷି ପ୍ରତି ପ୍ରାଣୀ ପିଛା ୩୦ ହଜାର ଟଙ୍କା ଏବଂ କ୍ଷୀର ଦେଉନଥିବା ପ୍ରାଣୀପ୍ରତି ୨୫ ହଜାର ଟଙ୍କା କ୍ଷତିପୂରଣ ଦିଆଯିବା ସହିତ ବାଛୁରି ପାଇଁ ୧୬ ହଜାର (୬ଟି ପ୍ରାଣୀ ପର୍ଯ୍ୟନ୍ତ), ଛେଳି ମେଣ୍ଢା ପାଇଁ ୩ ହଜାର ଟଙ୍କା (୩୦ଟି ପ୍ରାଣୀ ପର୍ଯ୍ୟନ୍ତ), କୁକୁଡ଼ା ପାଇଁ ମୁଣ୍ଡପିଛା ୫୦ ଟଙ୍କା (ସର୍ବୋଚ୍ଚ ୫ ହଜାର ଟଙ୍କା) ଦିଆଯିବ । କୌଣସି କ୍ଷେତ୍ରରେ ସବୁଦିନିଆ ଫସଲ ପାଇଁ ଇନପୁଟ୍ ସବସିଡ଼ିର ପରିମାଣ ୨୦୦୦ ଟଙ୍କାରୁ କମ୍ ଓ ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ୧ ହଜାର ଟଙ୍କାରୁ କମ୍ ହେବ ନାହିଁ । ୨୦୧୯-୨୦ ପାଇଁ ରବି ଫସଲ ପାଇଁ ୧୦ ହଜାର ପରିବା ମିନିକିଟ୍ ପ୍ରଦାନ କରାଯିବ । ରବି ପାଇଁ ତୁରନ୍ତ ଉନ୍ନତ ବିହନ ଓ ଅନ୍ୟ କିଛି ସାମଗ୍ରୀ ଦେବାପାଇଁ ପଦକ୍ଷେପ ନିଆଯିବ । ଫସଲ ବୀମା ଯୋଜନାର ସୁବିଧା ଚାଷୀଙ୍କୁ ଶୀଘ୍ର ଦେବାପାଇଁ ଫସଲ କଟା ପରୀକ୍ଷଣ କରାଯାଇ ବୀମା ପରିମାଣ ଚୂଡ଼ାନ୍ତ କରାଯିବ ।
Related Stories
November 23, 2024