ପୁରୀ, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡଃ. ସମ୍ବିତ ପାତ୍ର ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ବେଆଇନ ଭାବେ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ନିର୍ମାଣ କାର୍ଯ୍ୟ ଜାରୀ ରଖିଛନ୍ତି । ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ କୌଣସି ନିର୍ମାଣ ପାଇଁ ଅନୁମତି ଦେଇନାହାଁନ୍ତି, ଏହା ସତ୍ବେ ରାଜ୍ୟ ସରକାର ଓବିସିସି ଓ ଟାଟା ପ୍ରୋଜେକ୍ଟ ମାଧ୍ୟମରେ ରାତାରାତି ନିର୍ମାଣ କାର୍ଯ୍ୟ ଜାରୀ ରଖିଛି । ଯାହା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ହୃଦୟରେ କୁଠାରଘାତ କରିଛି । ଏହି ବେଆଇନ ନିର୍ମାଣ ବନ୍ଦ କରିବା ପାଇଁ ସେ ଦାବି କରିଛନ୍ତି ।
ଏହା ପୂର୍ବରୁ ମଧ୍ୟାହ୍ନରେ ସେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ତାଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ବିଜେପି ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗି, ମହିଳା ନେତ୍ରୀ ଜ୍ୟୋତି ମହାପାତ୍ର ଓ ଅନ୍ୟାନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।