ମାଲକାନଗିରି, ସମ୍ଭାବ୍ଯ ବାତ୍ୟା ଅସାନି ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ବିଶାଲ ସିଂ । ଅସୁରକ୍ଷିତ ଘରେ ରହୁଥିବା ଲୋକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମାନଙ୍କୁ ଅସୁରକ୍ଷିତ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । କଚା ଘରେ ବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସବୁ ବ୍ଲକରେ ଅଫିସରମାନେ ଉପସ୍ଥିତ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନୟନ୍ନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂଇଁଆ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କୁ କାଲିମେଳା ବ୍ଲକରେ ରହି ସ୍ଥିତି ତଦାରଖ କରିବାକୁ ନିର୍ଦ୍ଦେଶ ରହିଛି ।ଗତକାଲି ରାତି ଠାରୁ ମାଇକରେ ପ୍ରଚାର କରିବା ସହ ଅସହାୟ ଲୋକମାନଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏସଆରସିଙ୍କ ନିର୍ଦ୍ଦେଶରେ ମାଲକାନଗିରି ଜିଲ୍ଲାରେ ଦୁଇଟି ଓଡ୍ରାଫ ଟିମ୍କୁ ନିୟୋଜିତ କରାଯାଇଛି । ଗୋଟିଏ ଟିମ୍ କାଲିମେଳାରେ ସଜାଗ ରହିଥିବାବେଳେ ଆଉ ଏକ ଟିମ୍ ମାଲକାନଗିରି ହେଡକ୍ଵାର୍ଟରରେ ଜରୁରୀକାଳୀନ ଭାବେ ମୁତୟନ କରାଯାଇଛି । ମାଲକାନଗିରି ଜିଲ୍ଲାରେ ବାତ୍ୟା ଅସାନିର ପ୍ରଭାବରେ ସକାଳୁ ପାଗ କୋହଲା ରହିଛି । ଆକାଶରେ କଳା ହାଣ୍ଡିଆ ମେଘ ଦେଖାଯାଉଥିବା ସହ ଝିପ୍ ଝିପ୍ ବର୍ଷା ଲାଗି ରହିଛି।
Related Stories
November 23, 2024