
-
ଜଣେ ମୃତ, ୧୦ ଆହତ
ଜୟପୁର, ୨୬ ନମ୍ବର ଜାତୀୟ ରାଜପଥର ଦେଓଘାଟି ଗ୍ରାମ ଛକ ନିକଟରୁ ୧୦୦ ମିଟର ଦୂରରେ ବଗେଇପଦର ଠାରେ ଏକ ବସ୍ ସହ ଟ୍ରଲର ଧକ୍କା ହେବା ଫଳରେ ବସ୍ ରେ ଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ବାସିନ୍ଦା ଏବଂ ପ୍ରଶାସନ ପହଁଚି ଆହତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ।
ଆଜି ସକାଳେ ଜୟପୁରରୁ ବସ୍ ଟି ବରଯାତ୍ରୀ ଧରି ଆର.ଉଦୟଗିରି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଫଳରେ ଜଣେ ପ୍ରାଣ ହରାଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି ।