
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା ଗ୍ରାମରେ ଜବରଦଖଲ ଉଚ୍ଛେଦ କାମ ଚାଲୁଅଛି । ଉକ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଆଗଲପୁର ତହସିଲଦାର ସୁଚିତା ପୁଷ୍ପାଙ୍କ ତତ୍ଵାବଧାନରେ ଚାଲିଛି। ଡୁଡୁକା ବସଷ୍ଟାଣ୍ଡରୁ ରାମପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଉପରେ ସରକାରୀ ଜାଗାରେ ଘର କରି ରହିଥିବା ଲୋକଙ୍କ ଘର ଭଙ୍ଗା ଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି । ପୂର୍ବରୁ ୧୭ ଜଣ ଲୋକଙ୍କ ଯେଉଁମାନେ କି ସରକାରୀ ଜାଗାରେ ରାସ୍ତା ଉପରକୁ ମାଡି ଆସି ଜବରଦଖଲ କରି ଘର ତିଆରି କରିଛନ୍ତି ସମସ୍ତଙ୍କୁ ନୋଟିସ ଜରିଆରେ ଘରଗୁଡିକୁ ଖାଲି କରିବା ପାଇଁ ଜଣାଇ ଦିଆଯାଇଥିଲା । ସେମାନେ ଘର ଗୁଡିକୁ ନ ଛାଡିବା ଯୋଗୁଁ ପୋଲିସ ସହାୟତାରେ ଉଚ୍ଛେଦ କାମ ଚାଲୁଅଛି ।
ପୋଲିସ ଅଧିକାରୀ ସନାତନ ସାହୁଙ୍କ ତତ୍ଵାବଧାନରେ ତଥା ବହୁ ସଂଖ୍ୟାରେ ପୋଲିସର ସହାୟତାରେ ଜବର ଦଖଲ ଉଚ୍ଛେଦ କାମ ଚାଲିଥିବା ଦେଖିବାକୁ ମିଳିଛି ।