ଭୁବନେଶ୍ୱର,ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟରତ ୪୪ଜଣ ଟିକସ ଆଦାୟ ଅଧିକାରୀଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି । ଏଣିକି ସେମାନେ ରାଜସ୍ୱ ଅଧିକାରୀଭାବେ ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟକରିବେ । ପଦୋନ୍ନତି ସହିତ ସେମାନଙ୍କ ବେତନହାରରେ ମଧ୍ୟ ସଂଶୋଧନ କରାଯାଇଛି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ଏଭଳି ପଦୋନ୍ନତି ଦିଆଯାଇଥିବା ଜଣାଯାଇଛି । ଏହାଦ୍ୱାରା ପୌରାଞ୍ଚଳରେ ରାଜସ୍ୱ ଆଦାୟ ବୃଦ୍ଧି ପାଇବା ସହିତ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ବଢିବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି ।
Related Stories
November 22, 2024