ବାରିପଦା, ୨୪ ଘଂଟା ମଧ୍ୟରେ ଦୁଧିଆଣି ରେଞ୍ଜ ଅଂଚଳରୁ ପୃଥକ ପୃଥକ ସ୍ଥାନରୁ ଦୁଇଟି ହରିଣ ଉଦ୍ଧାର କରିଲେଣି ବନ ବିଭାଗ କର୍ମଚାରୀ । ଗତକାଲି ଢୁଲାକୁ ଗ୍ରାମରୁ ଗୋଟିଏ ହରିଣ ଉଦ୍ଧାର କରାଯାଇଥିବା ବେଳେ ଆଜି ବକଳା ଗ୍ରାମରୁ ବନବିଭାଗ ଉଦ୍ଧାର କରିଛି ଆଉ ଗୋଟିଏ ହରିଣ । ପାଣି ପିଇବାକୁ ଆସିଥିବା ବେଳେ ବାଟବଣା ହୋଇ ହରିଣଟି ଗ୍ରାମର ଖଗେଶ୍ୱର ମହାନ୍ତଙ୍କ ଘରଭିତରକୁ ପଶି ଆସିଥିଲା । ବନବିଭାଗ ଖବର ପାଇ ହରିଣକୁ ଉଦ୍ଧାର କରିଛି । ଗୋଟିଏ ହରିଣର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କଲା ପରେ ତାକୁ ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯାଇଥିବା ବେଳେ ଆଉ ଗୋଟିଏ ହରିଣର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବାର ସୂଚନା ଦେଇଛନ୍ତି କରଞ୍ଜିଆ ଡିଏଫଓ ଶ୍ରୀକାନ୍ତ ନାଏକ । ହରିଣଟିର ସ୍ୱାସ୍ଥ୍ୟ ପରୀକ୍ଷା ସରିଲା ପରେ ତାକୁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଛଡାଯିବ ବୋଲି ସେ କହିଛନ୍ତି ।
Related Stories
November 22, 2024