
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଜୁନ୍ ମାସ ୩ ଓ ୪ ତାରିଖ ଦୁଇଦିନ ବ୍ୟାପି ହରିହର ବିଦ୍ୟାପୀଠ,ପଣସପଦା ର ୫୦ ବର୍ଷ ପୁର୍ତି ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରାଯିବ।ଏହି ସମାରୋହକୁ ମହାମହିମ ରାଜ୍ୟପାଳ ପ୍ରଥମ ଦିନ ଶୁଭ ଉଦ୍ଘାଟନ କରିବାକୁ ନିମନ୍ତ୍ରଣ କରାଯାଇଛି । ରାଜ୍ୟପାଳଙ୍କ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା, ପଦ୍ମଶ୍ରୀ ପ୍ରଭାକର ମହାରଣା, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ବରେଣ୍ୟ ଉପସ୍ଥିତି ପାଇଁ ଅନୁରୋଧ କରାଯାଇଛି। ଆଭାସୀ ମାଧ୍ୟମରେ ଉଦଯାପନ ଉତ୍ସବ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ଅନୁଷ୍ଠିତ ହେବ।ଏହି ଅବସରରେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀରରଞ୍ଜନ ଦାଶ, ଆଦିବାସୀ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଶ୍ୱବ୍ୟାଙ୍କ ବରିଷ୍ଠ ଅର୍ଥପରାମର୍ଶଦାତା ,ୟୁପିଏସ୍ସି ସଦସ୍ୟ ଓ ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ,ସାଂସଦ ପିନାକୀ ମିଶ୍ର, ବ୍ରହ୍ମଗିରି ବିଧାୟକ ପ୍ରମୁଖ ଯୋଗଦାନ କରିବେ।୪ ତାରିଖ ପୂର୍ବାହ୍ନ ରେ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।ଏଥିରେ ଜ୍ଞାନପୀଠ ପୁରସ୍କାର ରେ ସମ୍ମାନିତ ବିଶିଷ୍ଟ ଔପନ୍ୟାସିକ ପଦ୍ମଶ୍ରୀ ପ୍ରତିଭା ରାୟ , ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସାବିତ୍ରୀ ଆଚାର୍ଯ୍ୟ, ବିଶିଷ୍ଟ ଔପନ୍ୟାସିକ ଡ଼କ୍ଟର ବିଭୁତି ପଟ୍ଟନାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ମହୋତ୍ସବକୁ ଭଵ୍ୟ ଓ ମହିମା ମଣ୍ଡିତ କରିବେ। ରାଜ୍ୟର ବିଶିଷ୍ଟ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।ଏହି ଅବସରରେ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସ୍ମାରକୀ ଉଦେଶ୍ୟ ରେ ଏକ ସ୍ମରଣିକା ଉନ୍ମୋଚିତ ହେବ।ସ୍ମରଣିକା ରେ ଆମ ରାଜ୍ୟର ବିଶିଷ୍ଟ ଲେଖକ ଓ ସାହିତ୍ୟିକ ମାନଙ୍କର ଲେଖା ରହିବା ସହିତ ବିଦ୍ୟାଳୟର ପୁରାତନ ଓ ନୂତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀମାନଙ୍କ ଲେଖା ସ୍ଥାନିତ ହେବ।