-
ଲକ୍ଷାଧିକ ଟଙ୍କାର ମାଛ ଭାସିଗଲା
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଠାରେ ଗଭୀର ସମୁଦ୍ରରେ ୪ଟି ଡ଼ଙ୍ଗା ଯୋଗେ ମାଛଧରି ଗତକାଲି ସଂନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ସେଥିମଧ୍ୟରୁ ତିନୋଟି ଡ଼ଙ୍ଗା ସମୁଦ୍ରର ଉଚ୍ଚ ଲହଡ଼ିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଧିବର ମାନେ କୂଳକୁ ଫେରିବାକୁ ସକ୍ଷମ ହୋଇପାରିନଥିଲେ । ସ୍ଥାନୀୟ କେତେକ ଧିବରଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ୩ ଡ଼ଙ୍ଗାକୁ ପୁଣିଥରେ ଓଲଟାଇ ଦଉଡ଼ି ସାହାଯ୍ୟରେ ବାନ୍ଧି ଡ଼ଙ୍ଗାକୁ ସମୁଦ୍ର ଜେଟିକୁ ଆଣିବାକୁ ସକ୍ଷମ ହୋଇଥିଲେ । ଘଟଣାରେ ୩ ଜଣ ଧିବର ଆହତ ହୋଇଛନ୍ତି ଏବଂ ଲକ୍ଷାଧିକ ଟଙ୍କାର ମାଛ ସମୁଦ୍ର ଲହଡ଼ିରେ ଭାସି ଯାଇଥିବା ଜଣାପଡିଛି ।