
ଗଞ୍ଜାମ, ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇଥିବା ବେଳେ ଡ଼ଙ୍ଗା ଅଚଳ ହୋଇପଡିବାରୁ ୧୧ ଜଣ ଧିବର ଗଭୀର ସମୁଦ୍ରରେ ମଧ୍ୟରେ ଫଶି ରହିଥିଲେ । ଖବର ପାଇ ଗତକାଲି ସଂନ୍ଧ୍ୟାରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ପହଂଚି ହେଲିକେପ୍ଟର ଦ୍ୱାରା ଏୟାର ଲିଫ୍ଟିଂ କରି ସମୁଦ୍ର ମଧ୍ୟରେ ଫଶି ରହିଥିବା ସମସ୍ତ ୧୧ ଧିବରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କୂଳକୁ ଆଣିଥିଲେ । ଏହାପରେ ଉଦ୍ଧାର ଧିବର ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ନିଜ ନିଜ ଘରକୁ ପଠାଯାଇଛି । ଏମାନେ ସମସ୍ତେ ଚିକିଟି ବ୍ଲକ ସୁନାପୁର ପଚାଂୟତ ଅନ୍ତର୍ଗତ ମାର୍କଣ୍ଡି ଗ୍ରାମର ବୋଲି ଜଣାପଡିଛି ।
ଅନ୍ୟପକ୍ଷରେ ୭ ତାରିଖ ସକାଳେ ଜାଲ କିଣିବା ପାଇଁ ଏମାନେ ଆନ୍ଧ୍ରପ୍ରଦେଶର କାକିନଡ଼ାକୁ ଯାଇଥିଲେ । ୧୧ ଲକ୍ଷ ଟଙ୍କାର ଜାଲ କିଣି ଗତକାଲି ରାତିରେ ସମୁଦ୍ର ପଥ ଦେଇ ମାର୍କଣ୍ଡି ଗ୍ରାମ ଅଭିମୁଖେ ଆସୁଥିଲେ । ସୁନାପୁର ବେଳାଭୂମିର ଗଭୀର ସମୁଦ୍ରରେ ହଠାତ୍ ଡ଼ଙ୍ଗାର ମୋଟରରେ ଯାନ୍ତ୍ରିକ ତ୍ରୁଟୀ ଦେଖାଦେଇଥିଲା । ସମୁଦ୍ର ଅଶାନ୍ତ ରହିଥିବା ବେଳେ ସମୁଦ୍ରରେ ବଡ ବଡ ଲହଡ଼ି ଉଠୁଥିବା ଯୋଗୁଁ ମତ୍ସ୍ୟଜିବୀ ମାନେ କୂଳକୁ ଆସିପାରିନଥିଲେ ।