-
ସ୍ଵାମୀକୁ ଆଜୀବନ ଜେଲ୍
ବାରିପଦା, ପତ୍ନୀକୁ ହତ୍ୟା ମାମଲାରେ ସ୍ଵାମୀ ଲାଲମୋହନ ସିଂକୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ସେସନ୍ସ ଜଜ୍ କୋର୍ଟ ।
୨୦୧୭ ରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କୁମ୍ଭାରୀମୁଣ୍ଡାକଟା ଗ୍ରାମରେ ଘଟିଥିଲା ଏହି ହତ୍ୟାକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀକୁ କୁରାଢ଼ୀରେ ହାଣି ହତ୍ୟା କରିଥିଲା ଅଭିଯୁକ୍ତ ଲାଲମୋହନ । ପରେ ପ୍ରମାଣ ନଷ୍ଟ କରିବାକୁ ସେ ଘର ସହ ସ୍ତ୍ରୀକୁ ପୋଡି ଦେଇଥିଲା । ମାମଲା କୋର୍ଟରେ ବିଚାରାଧିନ ଥିଲା । କୋର୍ଟ ମାମଲାର ବିଚାରଣା କରିବା ସହ ଆଜି ଉପରୋକ୍ତ ରାୟ ଶୁଣାଇଛନ୍ତି ।