ବଲାଙ୍ଗିର,୧ ଲକ୍ଷ ୩୦୦ ଟଙ୍କା ଲାଂଚ ନେଇ ଧରାପଡିଛନ୍ତି ସିନ୍ଧେକେଲା ବିଟ୍ ଫରେଷ୍ଟର ହରିହର ସ୍ୱାଇଁ । ଆଜି ହରିହର ତାଙ୍କ ସିନ୍ଧେକେଲା ସ୍ଥିତ ସରକାରୀ ବାସଭବନରେ ଝରଣୀପାଲି ଗ୍ରାମର କ୍ଷୀରସିନ୍ଧୁ ଭୋଇଙ୍କ ଠାରୁ ଏହି ଟଙ୍କା ଗ୍ରହଣ କରୁଥିବା ବେଳେ ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ଟିମ୍ ସେଠାରେ ମିଳିତ ଭାବେ ଚଢ଼ଉ କରି ତାଙ୍କୁ ଧରିଥିଲେ । ବନ ବିଭାଗରେ କାମ କରୁଥିବା ଶ୍ରମିକମାନଙ୍କ ଠାରୁ ସେ ଏହି ଲାଂଚ ନେଉଥିବା ଜଣାପଡିଛି । ଏଥି ସହିତ ଭିଜିଲାନ୍ସ ପକ୍ଷରୁ ଫରେଷ୍ଟର ହରିହରଙ୍କ ବଙ୍ଗୋମୁଣ୍ଡା ସ୍ଥିତ କାର୍ଯ୍ୟାଳୟ ଓ ସିନ୍ଧେକେଲା ସ୍ଥିତ କ୍ୱାର୍ଟର୍ସରେ ଚଢ଼ଉ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଭିଜିଲାନ୍ସ ଡିଏସପି ପୌଲସ୍ତି ଛତ୍ରିଆ ।
Related Stories
November 22, 2024