ବଲାଙ୍ଗିର,ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧ୍ୟକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ । ଏହି ଶିବିରରେ ସମୁଦାୟ ୧୦୨ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା । ସେଥିମଧ୍ୟରୁ ୯୦ଟି ବ୍ୟକ୍ତିଗତ ଏବଂ ୧୨ଟି ସାମୁହିକ ଅଭିଯୋଗ ରହିଥିଲା । ୧୨ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ପ୍ରଧାମନ୍ତ୍ରୀ ଆବାସ ଗୃହ, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ସହିତ ଜମିବାଡି ସଂକ୍ରାନ୍ତୀୟ ଅଭିଯୋଗ ନେଇ ଜନସାଧାରଣ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଦେଦର୍ଡ ଗ୍ରାମର ଅଙ୍ଗନୱାଡି କର୍ମି ଗୋଲବଦନି ବାଗ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ଥିବାରୁ ତାଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ତାଙ୍କ ସ୍ଥାନରେ ତାଙ୍କ ଝିଅକୁ ନିଯୁକ୍ତି ଦେବାପାଇଁ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ବିଲ ମିଳିବାରେ ବିଳମ୍ବ ହେଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଜିଲ୍ଲାପାଳ ଏନେଇ ବିଡିଓ ରଶ୍ମିରଞ୍ଜନ ରାଉତଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । କାର୍ଯ୍ୟାନୁଷ୍ଠାନ ସ୍ଵରୂପ ବିପିସି ବନବିହାରୀ ମହାନନ୍ଦଙ୍କ ଉପରେ ୫ ହଜାର ଟଙ୍କା ଜୋରିମାନା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଏହି ଶିବିରରେ ବଲାଙ୍ଗିର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ, ପାଟଣାଗଡ ଉପଜିଲ୍ଲାପାଳ ଡ.ବିଜୟାନନ୍ଦ ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା, ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜଗନ୍ନାଥ ପାଣି, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ସଚିଦାନନ୍ଦ ଦଳାଇ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସାରଦା ପ୍ରସନ୍ନ ମିଶ୍ର, କୃଷି ଜିଲ୍ଲା ଅଧିକାରୀ ଗୁରେନ୍ଦ୍ର ନାଥ ସିଂ, ସିଡିଭିଓ ଡ.ସନ୍ତୋଷ ପଣ୍ଡା, ସିଡିଏଓ ସାରଦା ପ୍ରସାଦ ମିଶ୍ର, ଆରଡବ୍ଲୁ ଏସ୍ଏସ୍ ଅଧ୍ୟକ୍ଷଣ ଯନ୍ତ୍ରୀ ସରୋଜ ଶତପଥୀ, ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଜଜ୍ଞେଶ ଚନ୍ଦ୍ର ପାତ୍ର, ଜଙ୍ଗଲ ବିଭାଗ ଏସିଏଫ ବାବାଜି ଚରଣ ରାଉତ, ଏଲ୍ଡିଏମ ମନିଷ ମିଶ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ ଜଗନ୍ନାଥ ଦାଶ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ପାଟଣାଗଡ ତହସିଲଦାର ଡ.ପୁଷ୍ପାଞ୍ଜଳୀ ପଣ୍ଡା, ଏସ୍ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଏଏଚଓ ପ୍ରମୋଦ କୁମାର ସେଠୀ , ବିଇଓ ସୁରେନ୍ଦ୍ର କୁମାର ପୁରୋହିତ, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ଡିଏଓ ଡମ୍ବରୁ ମେହେର, ବିଭିଓ ଡଃ.ସୁଜିତ କୁମାର ଶତପଥୀ, ସିଡିପିଓ ସୁଜାତା ଦୋରା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୌମ୍ୟ କିଶାର ଜୟପୁରିଆ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ପବିତ୍ର ବିଶ୍ବାଳ, ଜିପିଇଓ ସୁଶାନ୍ତ କୁମାର ପାଣି ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଶିବିରରେ ଯୋଗଦେଇଥିଲେ । ବିଡିଓ ରଶ୍ମି ରଞ୍ଜନ ରାଉତଙ୍କ ନେତୃତ୍ବରେ ଆୟୋଜିତ ଏହି ଶିବିରକୁ ସହକାରୀ ଜିଲ୍ଲାପାଳ ଦିବାକର ବାଗ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିନା ନାଏକ, ଏସ୍.ଓ ବ୍ରଜବନ୍ଧୁ ଠାକୁର ପ୍ରମୁଖ ପରିଚାଳନା କରିଥିଲେ ।
ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ବାହାରେ ବସିଥିବା ଅଧିକାରୀମାନେ ପ୍ରବଳ ଗରମରେ ଆଉଟୁ ପାଉଟୁ ହୋଇପଡିଥିଲେ । ଅଭିଯୋଗ ଶୁଣାଣିପରେ ଜିଲ୍ଲାପାଳ ଏବଂ ଏସପି ଖପ୍ରାଖୋଲ ଥାନାକୁ ଯାଇ ନୂତନ ଭାବେ ନିର୍ମାଣ ହୋଇଥିବା ଥାନା ଗୃହ ପରିଦର୍ଶନ କରିଥିଲେ ।