
କନ୍ଧମାଳ, କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଆଡାସି ପଡା ପଂଚାୟତର ଗବାସରୁ ଗ୍ରାମର ଚିତ୍ରସେନ ମଲ୍ଲିକଙ୍କ ଝିଅ ଶର୍ମିଷ୍ଠା ମଲ୍ଲିକ (୧୪)ଙ୍କର ବିଷଧର ସାପ କାମୁଡାରେ ମୃତ୍ୟୁ ଘଟିଛି। ଶର୍ମିଷ୍ଠା ତାଙ୍କ ମାଙ୍କ ସହିତ ଗୋଟିଏ ଘରେ ଗୋଟିଏ ଖଟରେ ଶୋଇଥିଲେ। ରାତ୍ର୪ଟା ବେଳେ ଏକ ବିଷାକ୍ତ ସାପ କାମୁଡିବାରୁ ତାଙ୍କୁ ଖଜୁରିପଡ଼ା ମେଡ଼ିକାଲକୁ ନେଇ ଆସିଥିଲେ। ସେଠାରେ ତାଙ୍କ ସ୍ଵାସ୍ଥ୍ୟଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ଦେଖିବା ପରେ ମୃତ ଘୋଷଣା କରିଥିଲେ। ଏନେଇ ଖଜୁରିପଡ଼ା ଥାନା ଅଧିକାରୀ ଗେଲି କୁମାରୀ ସାହୁ ଖଜୁରିପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ୩/୨୨ରେ ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।