
-
ପଚାରିଲେ ଯଦି ଢାଞ୍ଚାଗୁଡ଼ିକୁ ବେଆଇନ ଘୋଷଣା କରାଯାଏ, ଶହ ଶହ କୋଟି ଟଙ୍କାର ବରବାଦୀ ପାଇଁ କିଏ ଦାୟୀ ରହିବ?
ଭୁବନେଶ୍ବର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦେବା ପରେ ଭୁବନେଶ୍ବର ଲୋକ ସଭା ସାଂସଦ ଓ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ।
ସେ ଟ୍ବିଟ କରି ଲେଖିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥ ନିଜକୁ ଓ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ଏକ ନିର୍ବାଚିତ ସରକାରଙ୍କ ବେଆଇନ କାର୍ଯ୍ୟରୁ ନିଜକୁ ରକ୍ଷା ପାଇବାକୁ ମହାପ୍ରଭୁ ଚେଷ୍ଟିତ। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ)ର ରିପୋର୍ଟରେ କୁହାଯାଇଛି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦ୍ବାରା ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ଘଟିବାର ଆଶଙ୍କା ରହିଛି।ହାଇକୋର୍ଟରେ ଏଏସଆଇ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ରାଜ୍ୟ ସରକାରଙ୍କ ଭୁଲ୍ ସ୍ପଷ୍ଟ ହୋଇଛି ବୋଲି ବି ସାଂସଦ ଲେଖିଛନ୍ତି।
ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି ଯଦି ଉକ୍ତ ଢାଞ୍ଚାଗୁଡ଼ିକ ବେଆଇନ ଘୋଷଣା ହୁଏ, ତେବେ ଜନସାଧାରଣଙ୍କର ଯେଉଁ ଶହ ଶହ କୋଟି ଟଙ୍କାର ଅପଚୟ ହୋଇଛି, ସେଥିପାଇଁ କିଏ ଦାୟୀ ରହିବେ ।