
-
ଥାନା ଅଧିକାରୀଙ୍କ ବଦଳି, ଏସଆଇ ନିଲମ୍ବିତ
-
ଘଟଣାର ମୁଖ୍ୟ ନାୟକ ନାୟିକାଙ୍କୁ ନେଇ ଉଠିଲା ପ୍ରଶ୍ନ
ରାଉରକେଲା, ରାଉରକେଲା ସହରର ଆମବାଗାନ ନିକଟ ଭଂଜଭବନରେ ଏକ ମେଳାରେ ଗାଡିଷ୍ଟାଣ୍ଡ କରିଥିବା ନାବାଳକ ପିଲା ମାନେ ସେଠାରେ ଗାଡି ରଖିଥିବା ସାଧା ପୋଷାକରେ ଥିବା ପୁଲିସି ଅଫିସର ରଶ୍ମିତା ପଟେଲଙ୍କୁ ୧୦ ଟଙ୍କା ମାଗିବାରୁ ସେ ରାଗି ଯାଇ ନିଜ ପୁଲିସି ପଣିଆ ଦେଖାଇ ନିଜ ପୁଲିସି ସ୍ଵାମୀଙ୍କୁ ଲଗାଇ ନିକଟସ୍ଥ ଥାନାରେ ଏହି ପିଲା ମାନଙ୍କୁ ରାତିସାରା ଅଟକ ରଖିବା ଓ ସେହି ନାବାଳକ ମାନଙ୍କ ନାମରେ ମିଥ୍ୟା ମାମଲା କରାଜିବା ଘଟଣାରେ ଆଜି ସେକ୍ଟର-୭ ଥାନା ଅଧିକାରୀଙ୍କୁ ବଦଳି କରାଯାଇଥିବା ସହ ସେହି ଥାନାର ତଦନ୍ତକାରୀ ଅଫିସର ଏସଆଇ ବାବୁଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟପକ୍ଷରେ ସବୁବେଳେ ବିଭିନ୍ନ ମାମଲାରେ ନିଜର ପାରିବା ପଣିଆକୁ ମିଡିଆ ଆଗରେ ଦେଖାଉଥିବା ପୁଲିସି ଏନେଇ କୌଣସି ଷ୍ପଷ୍ଟ ଉତର ରଖିନାହିଁ।
ଯଦି ଏହା ସତ୍ୟ, ମାମଲାରେ କାର୍ଯାନୁଷ୍ଠାନ ସ୍ଵରୂପ ଥାନା ଅଧିକାରୀ ବଦଳି ହେଲେ ଓ ଏସଆଇ ନିଲମ୍ବିତ ହେଲେ ତେବେ ଘଟଣାର ମୁଖ୍ୟ ନାୟିକା ସଂପୃକ୍ତ ମହିଳା ପୁଲିସି ଅଫିସର ଓ ତାଙ୍କ ସ୍ଵାମୀଙ୍କୁ ନେଇ ଏହି ପିଲା ମାନେ ଦେଇଥିବା ଅଭିଯୋଗପତ୍ର ଉପରେ ତଦନ୍ତ କମିଟୀ କଣ ରିପୋର୍ଟ ଦେଲା ଓ ସେମାନଙ୍କ ଉପରେ କିପ୍ରକାର କାର୍ଯ୍ୟାନୁିଷ୍ଠାନ ହେଲା ସେ ନେଇ ଆଜି ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ । ଯଦି ଏନେଇ କୌଣସି ପଦକ୍ଷେପ ନିଆ ନଯାଏ ତେବେ ହାଇକୋର୍ଟଙ୍କର ଦ୍ୱାରସ୍ଥ ହେବା ଲାଗି ଅନେକ ଅନୁଷ୍ଠାନ ଅଂଟା ଭିଡୁଥିବା ଖବର ମିଳିଛି ।
ମାସକ ତଳର କଥା, ସେଦିନ ଭଂଜଭବନରେ ଲାଗିଥିବା ମେଳା ପାଖରେ କିଛି ନାବାଳକ ଗାଡି ଜଗିବା ସହ ଗାଡି ପିଛା ୧୦ ଟଙ୍କା ପାର୍କିଂ ଫି ନେଉଥିଲେ। ଏହି ପିଲା ମାନେ ପାଠ ପଢିବା ସହ ଏହିଭଳି କାମ ମଧ୍ୟ କରନ୍ତି । ଘଟଣା ଦିନ ରାଉରକେଲା ପୁଲିସି ଜିଲ୍ଲାର ଅଫିସର ରଶ୍ମିତା ପଟେଲ ସାଧା ପୋଷାକରେ ସେହି ମେଳାକୁ ଯାଇଥିବା ବେଳେ ନିଜର ଗାଡି ମଧ୍ୟ ସେଠାରେ ରଖିଥିଲେ। ସେ ସେଠାରୁ ବାହାରିବା ବେଳେ ପିଲା ମାନେ ତାଙ୍କୁ ପାର୍କିଂ ଫି ୧୦ ଟଙ୍କା ମାଗିବାରୁ ସେ ନିଜର ସ୍ଵାମୀ ଚାକିରୀ କରୁଥିବା ପାଖ ଥାନାକୁ ଫୋନ କରି ନିଜ ସ୍ଵାମୀଙ୍କୁ ଏସବୁ ଜଣାଇଥିଲେ। ,ତାଙ୍କ ସ୍ଵାମୀ ସେଠାରେ ପହଁଚିବା ସହ ପିଲା ମାନଙ୍କୁ ଧମକ ଚମକ ଦେଇ ଠେଲାପେଲା କରି ସେକ୍ଟର ୭ ଥନାକୁ ଖବର ଦେଇ ଏହି ପିଲା ମାନଙ୍କୁ ଉଠାଇ ନେଇଥିଲେ । ସେଠାରେ ଏହି ପିଲା ମାନଙ୍କୁ ରାତିସାରା ରଖାଜିବା ସହ ମାଡାମ ପୁଲିସି ଅଫିସରଙ୍କ ବିନା ଏତଲାରେ ଅନ୍ୟ ଜଣେ ପୁଲିସି ବାବୁଙ୍କ ରିପୋର୍ଟ ବଳରେ ଏହି ପିଲା ମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ପିଲା ମାନେ ମହିଳା ପୁଲିସି ଅଫିସର ଓ ତାଙ୍କ ସ୍ଵାମୀଙ୍କ ବିରୋଧରେ ଦେଇଥିବା ଏତଲାକୁ ଆଜିଯାଏ ପୁଲିସି ଗ୍ରହଣ କରିନି ।ତେବେ ଏହି ଖବର ଦାଣ୍ଡରେ ପଡି ହାଟରେ ଗଡିଥିଲେ ବି ଏସପି ରାଉରକେଲା ଜାଣି ପାରିନଥିଲେ, ମାନବଅଧିକାର କମିଶନ ସଦସ୍ୟ ଏହି କଥା ଜଣାଇବା ପରେ ଏସପି ୨ଜଣ ଅଧିକାରୀଙ୍କୁ ନେଇ ଏକ କମିଟୀ କରି ତଦନ୍ତ ଲାଗି କହିଥିଲେ । ଘଟଣାର ଏକ ମାସ ବିତିଯିବା ପରେ ମଧ୍ୟ କଣ ତଦନ୍ତ ହେଲା ତାହା ଜଣା ପଡିଲା ନାହିଁ। ଗତ ୬ ତାରିଖରେ ଏନେଇ ମିଡିଆରେ ଖବର ଆସିବାରୁ ଆଜି ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଖବର ପ୍ରଚାର ଚାଲିଛି, କିନ୍ତୁ ଘଟଣାର ମୁଖ୍ୟ ନାୟକ ନାୟିକା ମହିଳା ସାଧା ପୋଷାକରେ ଥିବା ପୋଲିସି ମାଡାମ ଓ ତାଙ୍କ ସ୍ଵାମୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେଲା ସେନେଇ ଏବେ ଜାଣିବା ଶୁଣିବା ମହଲରେ ଉଠିଛି ପ୍ରଶ୍ନ । ଥାନା ଅଧିକାରୀ ଭୁଲ କଲେ ତେଣୁ ବଦଳି ହେଲେ ତେବେ ଥାନା ଅଧିକାରୀଙ୍କୁ ଯେଉଁ ଅଫିସର ମନିଟର କରୁଥିଲେ ସେ କାହିଁକି ଏହି ମାମଲାରେ ଦଣ୍ଡ ନପାଇବେ ବୋଲି ଏବେ ଜାଣିବା ଶୁଣିବା ମହଲରେ ଆଲୋଚନା ହେଲାଣି । ୫-ଟି ସଚିବ ଭି.କେ. ପାଣ୍ଡିଆନ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହେଉଛି ।