ନୂଆଦିଲ୍ଲୀ, ଭୁବନେଶ୍ୱର, ବାତ୍ୟା ଅସାନୀ ଏବେ ପୁରୀରୁ ୫୯୦ ଓ ଗୋପାଳପୁରରୁ ୫୧୦ କିମି ଦୂରରେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡ. ମୃତ୍ୟୁଂଜୟ ମହାପାତ୍ର ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଆଜି ସଂଧ୍ୟାରେ ବାତ୍ୟା ଆନ୍ଧ୍ର ଉପକୂଳ ନିକଟ ହୋଇ ଦିଗ ବଦଳାଇବ । ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୬୦ କିମି ପବନ ବହିପାରେ ବୋଲି ସେ କହିଚନ୍ତି । ବାତ୍ୟା ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି, ଏବେ ଦୁର୍ବଳ ହେବ ବୋଲି ସେ ପ୍ରକାଶ କରିଛନ୍ତି ।