ଭୁବନେଶ୍ୱର, ଭୀଷଣ ବାତ୍ୟା ‘ଅସାନି’ର ଆଖି ଦୃଶ୍ୟମାନ ହୋଇଛି । । ଆଜି ସକାଳ ୯ଟାରେ ମଛଲୀପାଟନମ ଡପଲର ରାଡାରରେ ‘ଅସାନି’ର ଆଖି ଦେଖା ଯାଇଛି । ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଫଟୋ ସହ ଟ୍ୱିଟ କରାଯାଇଛି।
ଏବେ ‘ଅସାନି’ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୯୦ କିମି ଓ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି। ବର୍ତ୍ତମାନ ଏହାର ଗତି ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିମି ରହିଛି।