-
ଏହି ଅବସରରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା,
ରବିବାର ପ୍ରାତଃ ୮ ଘଟିକା ସମୟରେ ଆଦିଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ଦୁଇଦିନ ଧରି ଗୋବର୍ଦ୍ଧନମଠ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ପ୍ରଥମେ ବିଭିନ୍ନ ବିଭାଗର ଯୋଗାସନ ପ୍ରତିଯୋଗିତା ତତ୍ ପରେ ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ଵାରା ରଚିତ ସ୍ତୋତ୍ରାବଳୀର ଆବୃଦ୍ଧି ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା ଓ ବକ୍ତୃତା ପ୍ରତିଯୋଗିତାରେ ‘ଆଦିଶଙ୍କରାଚାର୍ଯ୍ୟଙ୍କ ପୁଣ୍ୟ କରକମଳରେ ଶ୍ରୀବିଗ୍ରହମାନଙ୍କୁ ପୁନଃ ପ୍ରତିଷ୍ଠା’ କରିବାର ଗୂଢ ତତ୍ତ୍ୱକୁ ବିଦ୍ୟାଳୟ ।
ମହାବିଦ୍ୟାଳୟ ସ୍ତରୀୟ ଛାତ୍ର-ଛାତ୍ରୀମାନେ ବକ୍ତୃତା ମାଧ୍ୟମରେ ପରିବେଷଣ ପୂର୍ବକ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଛାତ୍ର-ଛାତ୍ରୀମାନଙ୍କର ଅଭିଭାବକ, ଶିକ୍ଷକ, ବିଚାରକମଣ୍ଡଳୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ବ୍ୟବସ୍ଥିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଚିତ୍ରାନନ୍ଦ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଦେବାଶିଷ ମିଶ୍ର, ତନ୍ମୟ ଚାଟାର୍ଜୀ, କୁମାର ଭୀମସେନ, ବିଶ୍ବଶାନ୍ତ ତ୍ରିପାଠୀ, ଶୁଧାଂଶୁ ଶେଖର ମହାନ୍ତି ପ୍ରମୁଖ କର୍ମକର୍ତାମାନେ ସୁଚାରୁରୂପେ ପରିଚାଳନା କରିଥିଲେ l