ଭୁବନେଶ୍ୱର , ଓଡ଼ିଶା ରୀୟଲ୍ଟର୍ ଆସୋସିଏସନ ଭୁବନେଶ୍ୱର ଆନୁକୁଲ୍ୟରେ ତମାଣ୍ଡୋ ସ୍ପ୍ରିଙ୍ଗ୍ ଭିଲା ଗ୍ରୀନ ଠାରେ ମାତୃ ଦିବସ ଓ ବିଶ୍ୱ ଥାଲାସେମିଆ ଦିବସ ଉପଲକ୍ଷେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆସୋସିଏଶନର ସଭାପତି ସେଖ ମୀରାଜୁଲ ହକ ,ସହ ସଂପାଦକ ସୌଭାଗ୍ୟ ନାୟକ, ସୁରେଖା ମର୍ଲିନ ଗ୍ରୁପ ର ନିର୍ଦେଶକ ସୁରେଶ ସୁରେକା,ଜିତୁ ମହାପାତ୍ର,ସ୍ମୃତି ମହାପାତ୍ର, ସମସ୍ତ ଆସୋସିଏଶନ ସଦସ୍ୟ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଆଜିର ଏହି ପବିତ୍ର ଦିନକୁ ଏଭଳି ଢଙ୍ଗରେ ପାଳନ କରିଛି ଓଡ଼ିଶା ରୀୟଲ୍ଟର୍ ଆସୋସିଏସନ । ଏହି ରକ୍ତ ଦାନ ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
Related Stories
November 23, 2024