
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୩,୩୬,୭୭୬ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୮୪,୧୦,୨୯,୮୫୮ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା
କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୨୦୭ ନୂଆ ମାମଲା
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୨୦୭ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୨୯ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ୨୦,୪୦୩ ଥିବା ବେଳେ ବର୍ତମାନ ସୁଦ୍ଧା ୫,୨୪,୦୯୩ ଜଣ ମୃତ୍ୟୁ ବରଣ କରିଛନ୍ତି