କନ୍ଧମାଳ, ଆମ୍ବୁଲାନ୍ସରେ ଚାଲିଥିଲା ଗଞ୍ଜେଇ କାରବାର । ଚଢଉ କରି ୭୫ କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ । ଏହାସହିତ ଜଣଙ୍କୁ ଗିରଫ କରିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି ।
ଖବର ଅନୁଯାୟୀ, ରବିବାର ଦିନ ସଂଧ୍ୟା ସମୟରେ ପ୍ରୟାସ ନାମକ ଏକ ବେସରକାରୀ ସଂସ୍ଥା ଆମ୍ବୁଲାନ୍ସରେ ୭୫ କେଜି ଗଞ୍ଜେଇ ଅନୁଗୁଳ ଜିଲ୍ଲାକୁ ଚୋରା ଚାଲାଣ କରୁଥିଲା । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଅଧିକାରୀମାନେ ଚଢଉ କରିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ପ୍ରହଲ୍ଲାଦ ବେହେରା ବୋଲି ଜଣାପଡିଛି ।