
-
ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର
ଭୁବନେଶ୍ୱର, ବ୍ରଜରାଜନଗର ଉପନିର୍ବାଚନ ଲାଗି ରାଧାରାଣୀ ପଣ୍ଡାଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରା ଯିବା ପରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ପଠାଇ ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କର ପ୍ରାର୍ଥୀ ହେବା ପାଇଁ ଇଚ୍ଛା ଥିଲା । ତେବେ ତା ଠାରୁ ବଡ କଥା ହେଲା ଦଳର ପ୍ରାର୍ଥୀ ଘୋଷଣା ପାଇଁ ତାଙ୍କ ସହ ସହମତି ପ୍ରକାଶ କରିବାକୁ ଚେଷ୍ଟା ମଧ୍ୟ କରାଯାଇ ନାହିଁ ।