
-
ଇଚ୍ଛାମୃତ୍ୟୁ ଆବେଦନ କଲେ ମା
ଯାଜପୁର, ବହୁ ଚର୍ଚ୍ଚିତ ଶିଶୁକନ୍ୟା ପିହୁ ନିଖୋଜ ମାମଲାରେ ପିହୁର ମା ମୋନାଲିସା ନାୟକ ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସେ ଏହି ଆବେଦନ କରିଛନ୍ତି । ପିହୁ ନିଖୋଜ ହେବାର ୨୦ ମାସ ପରେ ମଧ୍ୟ ତାର କୌଣସି ପତା ମିଳୁନି । ମାମଲାର ସିବିଆଇ ତଦନ୍ତ କରାଯାଉ, ନଚେତ୍ ମୋତେ ଇଚ୍ଛାମୃତ୍ୟୁ ଦିଅନ୍ତୁ ବୋଲି କହିଛନ୍ତି ପିହୁର ମା ମୋନାଲିସା ।