ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟ ଠାରେ ଜିଲ୍ଲା ରେଡକ୍ରସ ସଂସ୍ଥା ଆନୁକୂଲ୍ୟରେ ବିଶ୍ବ ରେଡକ୍ରସ ଦିବସ ପାଳନ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ବିରସେନ ପ୍ରଧାନ ଯୋଗଦାନ କରି ରେଡକ୍ରସର ପତାକା ଉତୋଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ସମସ୍ତ ସ୍ବେଚ୍ଛାସେବୀଙ୍କୁ ସମ୍ବୋଧନ କରି ମୁଖ୍ୟ ଅତିଥି ମାନବ ସେବା ହିଁ ମାଧବ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବାକୁ କହିଥିଲେ । ମୁଖ୍ୟବକ୍ତା ଧ୍ରୁବଚରଣ ମୁଦୁଲି , ଭାରପ୍ରାପ୍ତ ଜରୁରୀକାଳିନ ଅଧିକାରୀ ସମସ୍ତ ସ୍ଵେଚ୍ଛାସେବୀଙ୍କୁ ଏହି ଅବସରରେ ଅଭିବାଦନ ଜଣାଇବା ସହ ସେବା ମନୋବୃତିକୁ ଆପଣାଇଥିବାରୁ ପ୍ରଶଂସା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ରେଡକ୍ରସର ମହାନତା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲା ଯୁବ ରେଡକ୍ରସ ଆବାହକ ଡ଼ଃ . ରଞ୍ଜନ କୁମାର ସ୍ବାଇଁ ସଭା ପରିଚାଳନା କରିଥିଲେ । ଜିଲା ଯୁବ ରେଡକ୍ରସ ସଂଯୋଜକ ଆଶିଷ ରାଠୋର ଆୟୋଜନରେ ସହାୟତା କରିଥିଲେ। ରକ୍ତଦାତା ବସନ୍ତ ନାୟକ ଏବଂ ସୁଜିତ କୁମାର ପାଣିଗ୍ରାହୀଙ୍କୁ ତାଙ୍କ ମହାନତା ଲାଗି ସମ୍ମାନିତ କରାଯାଇଥିଲ ।
ମହାବିଦ୍ୟାଳୟର ଲିଙ୍ଗରାଜ ମିଶ୍ର, ଏନ୍ଏସ୍ଏସ୍ ଜିଲା ସଂଯୋଜକ ନମିତା ଦଣ୍ଡସେନା, ଉମେସ ରାଉତ, ଗୌତମ କୁମାର ନାଏକ ଏବଂ ପ୍ରମୀୟ ମହାନ୍ତିଙ୍କ ସହ ଅଧ୍ୟାପିକାଅଧ୍ୟାପକ, କର୍ମଚାରୀ ଉପସ୍ଥିତ ଥିଲେ।