ଭୁବନେଶ୍ୱର, ପୁରୀ ଜିଲ୍ଲାର ଥାନା ହାଜତ ମୃତ୍ୟୁ ଘଟଣାରେ ସଂପୃକ୍ତ ଅପରାଧିମାନେ ଗୃହ ବିଭାଗର ଗେହ୍ଲାପୁଅ ହୋଇ ରହିଥିବା ବେଳେ ଜଗତ୍ସିଂହପୁର ଜିଲ୍ଲାରେ ପୁଣି ଥାନା ହାଜତ ମୃତ୍ୟୁ ରାଜ୍ୟ ସରକାରଙ୍କ ଘରୋଇ ବିଭାଗକୁ ସନ୍ଦେହ ବଳୟ ମଧ୍ୟକୁ ଆଣି ସାରିଛି । ପୁଣି ମୟୁରଭଞ୍ଜ ଜିଲ୍ଲାର ନଗଦ ହାଜତ୍ ମୃତ୍ୟୁ ଘଟଣା ସରକାର ଓ ପ୍ରଶାସନର ‘ପୁଲିସ୍ ରାଜ’ ଚଳାଇବା ସନ୍ଦେହକୁ ଦଢୀଭୂତ କରୁଛି ।
ସି.ପି.ଆଇ.(ଏମ୍) ଥାନା ହାଜତ୍ରେ ମୃତ୍ୟୁ ଘଟଣାକୁ ଦୃଢ ନିନ୍ଦା କରିବା ସଙ୍ଗେ ସଙ୍ଗେ ପୁଲିସର ଆଇନ ବିରୋଧି , ଜନ ବିରୋଧି ଅଭିଯାନରେ ପୂର୍ଣ୍ଣଛେଦ ଟାଣିବା ପାଇଁ ଦାବୀ କରୁଛି । ପୁଲିସ୍ ପ୍ରଶାସନ ମୃତ ପରିବାର ସହ ଆଳାପ କରି କେସ୍ କୁ ଚାପିବା ପାଇଁ ଉଦ୍ୟମରୁ କ୍ଷାନ୍ତ ହୁଅନ୍ତୁ । ସରକାର ମୃତ ପରିବାର କୁ କ୍ଷତିପୂରଣ ଦେବା ସଙ୍ଗେ ସଙ୍ଗେ ଘଟଣାର ତଦନ୍ତ ଯେଭଳି ବିଶ୍ୱାସ ଯୋଗ୍ୟ ହେବ , ସେଥିପାଇଁ ପଦକ୍ଷେପ ତୁରନ୍ତ ଗ୍ରହଣ କରନ୍ତୁ ବୋଲି ସିପିଆଇଏମ୍ ସମ୍ପାଦକ ଜଗନ୍ନାଥ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।