-
ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଭକ୍ତ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବୀ,
ଶ୍ରୀକ୍ଷେତ୍ରକୁ ଦୂରଦୂରାନ୍ତରୁ ଭକ୍ତ ଧାଇଁ ଆସନ୍ତି ପଞ୍ଚତୀର୍ଥରେ ପାଣି ଛିଞ୍ଚନ ହୋଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ପଞ୍ଚତୀର୍ଥରୁ ଅନ୍ୟତମ ଶ୍ରୀମନ୍ଦିର ଭିତରେ ଥିବା ରୋହିଣୀ ତୀର୍ଥ କୁଣ୍ଡ, ଏବେ ଏହା ଅପୂଜା ଅବସ୍ଥାରେ ଏବଂ କୁଣ୍ଡ ଉପରେ ପଟା ପଡିଛି। ଭକ୍ତମାନେ ରୋହିଣୀ କୁଣ୍ଡର ପବିତ୍ର ଜଳ ଛିଞ୍ଚନରୁ ବଂଚିତ ହେଉଛନ୍ତି, ଯାହାଫଳରେ ଭକ୍ତଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ ହେଉଛି ।ଶ୍ରୀମନ୍ଦିର ଭିତର ବେଢାରେ ମୁକ୍ତିମଣ୍ଡପ ନିକଟରେ ରହିଛି ଏହି ରୋହିଣୀ ତୀର୍ଥ କୁଣ୍ଡ। ଭକ୍ତମାନେ ବେଢା ପରିକ୍ରମା କରିବା ବେଳେ ଏହି କୁଣ୍ଡରୁ ପବିତ୍ର ଜଳକୁ ଛିଞ୍ଚନ କରିଥାନ୍ତି । ସେବାୟତ ରୋହିଣୀ କୁଣ୍ଡର ଜଳ ଛିଞ୍ଚନ ହେଲେ ପାପ ଖଣ୍ଡନ ସହ ଗୋହତ୍ୟା କରିଥିବା ଲୋକେ ମୋକ୍ଷ ହେବାର ବିଶ୍ୱାସ ରହିଛି । ଏବେ ରୋହିଣୀ କୁଣ୍ଡଟି ଅପୂଜା ଅବସ୍ଥାରେ ପଡି ରହିଛି । ଏପରିକି କୁଣ୍ଡ ଉପରେ କାଠ ପଟା ପକାଯାଇଛି। ତେବେ ଶ୍ରୀମନ୍ଦିର ବିଧିବିଧାନ ଓ ପରମ୍ପରା ଅନୁସାରେ ପ୍ରାଚୀନ କାଳରୁ ଚାଲିଆସୁଥିବା ରୋହିଣୀ ତୀର୍ଥ କୁଣ୍ଡକୁ ଭକ୍ତଙ୍କ ଲାଗି ଖୋଲାଯିବାକୁ ଦାବି କରିଛି ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ସଂଘ | ଏନେଇ ଅତିରିକ୍ତ ଜ଼ିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ଭେଟି ଦାବୀ ପ୍ରଦାନ କରିଛି ସଂଘ |
ଏଥି ସହିତ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବା ପାଇଁ ସଂଘ କହିଛି |
ଉକ୍ତ ଦାବୀ ପ୍ରଦାନ ସମୟରେ ସଂଘର ଆବାହକ ଅନିଲ୍ କୁମାର ସାହୁ, ସଭାପତି ବିଶ୍ୱଜିତ ପ୍ରଧାନ, ସୁଭାଶିଷ ମହାନ୍ତି, ପ୍ରଶାନ୍ତ କୁମାର ରଣା, ସୁରେଶ ମହାପାତ୍ର, ବିଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |