ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ଲକ୍ଷ୍ଯାଧିକ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ନିମନ୍ତେ ଓ ବିଶେଷ କରି ଆସନ୍ତା ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ, କଲିକତାର ସମାଜସେବୀ ଶ୍ରୀମତୀ ଅନୀତା ଡାଲମିୟା ଓ ରୋଟାରୀ କ୍ଲବ୍ ପୁରୀର ମିଳିତ ଆନୁକୂଲ୍ୟରେ ପୁରୀ ରେଳ ଷ୍ଟେସନ୍ ରେ ଏକ ଉନ୍ନତ ମାନର ପିଇବା ପାଣି ପ୍ରକଳ୍ପ (Water Purifier) ର ସ୍ଥାପନା କରାଯାଇଛି। ରୋଟାରୀ କ୍ଲବ୍ ପୁରୀ ସାମାଜିକ ପ୍ରତିବଦ୍ଧତା ଦ୍ରୁଷ୍ଟିରୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କୁ ବର୍ଷ ତମାମ୍ ସ୍ବଚ୍ଛ ପିଇବା ପାଣି ଯୋଗାଇ ଦେବାର ବ୍ୟବସ୍ଥା ପୁରୀ ରେଳ ଷ୍ଟେସନ୍ ର ୫ ନଂ ପ୍ଲାଟଫର୍ମ ରେ କରିଅଛି।
ଏହି ଉତ୍ସବରେ ସମାଜସେବୀ ଶ୍ରୀମତୀ ଅନୀତା ଡାଲମିୟା, ରୋଟାରୀ କ୍ଲବ୍ ପୁରୀର ସଭାପତି ରୋ .ବଦ୍ରୀନାରାୟଣ ପାତ୍ର, ସଂପାଦକ ରୋ . କ୍ରୁଷ୍ନଚନ୍ଦ୍ର ପାତ୍ର, ରୋ . ଅଜୟ ସାହା, ରୋ .ଜୟ ଦାସ ଗୁପ୍ତା, ପୁରୀ ରେଳ ଷ୍ଟେସନ୍ ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ପୁରୀ ରୋଟାରୀ କ୍ଲବ୍ ର ସଦସ୍ଯଗଣ, ଆନୀ ଓ ପୁରୀ ରେଳ ଷ୍ଟେସନ୍ ର ଅଧିକାରୀମାନେ ଉପସ୍ଥିତ ଥିଲେ।