କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ର ଲାଇଟ ହାଉସ ବେଳାଭୂମି ରେ ମାତୃ ଦିବସ ଉପଲକ୍ଷେ ବାଲୁକା କଳା ନିର୍ମାଣ କରିଛନ୍ତି | ଏଥିରେ ସେ ମା ଏବଂ ତାର ସନ୍ତାନ ର ଚିତ୍ରଣ କରିବା ସହିତ ସେ ସମସ୍ତ ଜନ ସମାଜ କୁ ‘ମା’ ର ସର୍ତ୍ତଶୂନ୍ୟ ଭଲପାଇବା କୁ କେହି ନ ଭୁଲିବା ପାଇଁ ଅନୁରୋଧ କରିଛନ୍ତି ବାଲୁକା କଳା ମାଧ୍ୟମରେ | ମା ହିଁ ଏକ ମାତ୍ର ଭଗବାନ ଙ୍କ ସୁନ୍ଦର ପରିକଳ୍ପନା ଯିଏ କି କୌଣସି ଆଶା ଅଭିଳାଷ ନ ରଖି ସନ୍ତାନ କୁ ସ୍ନେହ, ଶ୍ରଦ୍ଧା, ଭଲପାଇବା ବିନା ସ୍ୱାର୍ଥ ରେ ଦେଇଚାଲେ |
ଆମେ ସମସ୍ତେ ମା ଙ୍କୁ ଭଲପାଇବା ଦରକାର| କେବଳ ମାତୃ ଦିବସ ରେ ନୁହେଁ ନିଜ ବାସ୍ତବିକ ଜୀବନ ରେ ମା ଙ୍କୁ ଶ୍ରଦ୍ଧା ଏବଂ ସର୍ବଦା ସଂମାନ ଜଣାଇବା ଦରକାର | ଏହି ଭାବମୂର୍ତ୍ତି କୁ ନିଜ ବାଲୁକା କଳା ମାଧ୍ୟମ ରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ମାନସ ସାହୁ |
ଏହି ବାଲୁକା ମୂର୍ତ୍ତି ଟି କୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ 7ଘଣ୍ଟା ସମୟ ଲାଗିଥିଲା | ଏହି ବାଲୁକା କଳାଟି 12ଫୁଟ ଓସାର ବିଶିଷ୍ଟ ଏଥିରେ 12ଟନ ବାଲି ଉପଯୋଗ କରାଯାଇଛି ଏବଂ ଏଥିରେ “HAPPY MOTHER’S DAY” ର ବାର୍ତ୍ତା ଦିଆଯାଇଛି |
Related Stories
November 24, 2024