
ଭୁବନେଶ୍ବର, ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଅନାରାଜନୈତିକ ସଂଗଠନ ଆଜିତା ଏବଂ ସମର୍ଥ ଆନୁକୂଲ୍ୟରେ ମଧ୍ୟ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ୱାର୍ଡ -39 ଠାରେ ଆୟୋଜିତ ସ୍ୱାସ୍ଥ୍ୟ ମେଳା ଉଦଘାଟନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଧାୟକ ପାର୍ଥୀ ଜଗନ୍ନାଥ ପ୍ରଧାନ, କର୍ପୋରେଟର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ । ଏହି ଅବସରରେ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ପ୍ରତି ପ୍ରତିବଦ୍ଧତା ଉଲ୍ଲେଖ କରିଥିଲେ ।