
ନୂଆପଡ଼ା, ନୂଆପଡା ଜିଲ୍ଲା ଖରିଆର ରୋଡ଼ ସ୍ଥିତ ଗଣପତି ପେଲେସ ଠାରେ ଅଖିଳ ଭାରତୀୟ ମାରୱାଡି ଯୁବା ମଞ୍ଚ ଏବଂ ଖରିଆର ରୋଡ଼ ମାରୱାଡି ଯୁବା ମଞ୍ଚ ମିଳିତ ଆନୁକୂଲ୍ୟରେ ନିଶୁଳ୍କ କ୍ୟାନ୍ସର ପରୀକ୍ଷା ଶିବିର ଉଦଘାଟିତ ହୋଇଯାଇଛି। ଶିବିରରେ ମୁଖ୍ୟ ଅତିଥି ରୂପେ ଜିଲାପାଳ ସ୍ଵଧାଦେବ ସିଂ ଯୋଗ ଦେଇଥିବା ବେଳେ ଏନଏସି ଚ୍ୟାୟାରମେନ ସୋନିଆ ଗୋଲଡ଼ି ଅଗ୍ରୱାଲ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ, ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଛନ୍ତି। ମାରୱାଡି ଯୁବା ମଞ୍ଚ ସଭାପତି ଲଳିତ ଅଗ୍ରୱାଲ, ସମ୍ପାଦକ ପଙ୍କଜ ମରୋଦିଆ ମଞ୍ଚାସିନ ଥିବା ବେଳେ ମଞ୍ଚ ସଞ୍ଚାଳନ ଅଙ୍କିତ ଶିଙ୍ଗଇ କରିଥିଲେ। ଏହି ଅବସରରେ ଖରିଆର ରୋଡ଼ ନଗରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମାରୱାଡି ଯୁବା ମଞ୍ଚର ନିଶୁକ୍ଳ ଶିବିର ଆୟୋଜନ ଦ୍ଵାରା ବହୁ ବ୍ୟକ୍ତି ମାଗଣାରେ କ୍ୟାନ୍ସର ପରୀକ୍ଷା କରି କ୍ୟାନ୍ସର ଭଳି ବ୍ୟାଧିରୁ ମୁକ୍ତ ହେବାର ରାସ୍ତା ପାଇଛନ୍ତି। ପଛୁଆ ଏବଂ ଅବହେଳିତ ଅଂଚଳରେ ଏଭଳି ସେବା ନିତାନ୍ତ ଆବଶ୍ୟକ ଅଟେ। ନିଜ ଶରୀରରେ ଥିବା ରୋଗ ଚିହ୍ନଟ ହୋଇ ଆବଶ୍ୟକ ପରୀକ୍ଷା ଦ୍ଵାରା ଆତ୍ମ ମନୋବଳ ବୃଦ୍ଧି ଜନ ସାଧାରଣରେ ମଞ୍ଚ ପ୍ରତି ଆସ୍ଥା ଓ ବିଶ୍ଵାସ ଜନ୍ମନେବା ସହ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।