
କନ୍ଧମାଳ,ରବିବାର ଫୁଲବାଣୀ ସ୍ଥିତ ରିଜର୍ଭ ପଡିଆ ଠାରେ ଜିଲା ପ୍ରେସ କ୍ଲବ ଏକାଦଶ ଓ ପୋଲିସ ଅଫିସିଆଲ ଏକାଦଶ ମଧ୍ୟରେ ପନ୍ଦର ଓଭର ଲେଖାଏଁ ଏକ ବନ୍ଧୁତ୍ଵପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପ୍ରେସକ୍ଲବ ଟିମ୍ ଦଶ ରନରେ ପୋଲିସ ଟିମକୁ ହରାଇ ବିଜୟ ଲାଭ କରିଛନ୍ତି।
ଟସ ଜିତି ପ୍ରେସ କ୍ଲବ ଟିମ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ହରାଇ ୧୬୪ ରନ ସଂଗ୍ରହ କରିଥିବା ବେଳେ ପୋଲିସ ଟିମ ୮ ଉଇକେଟ ହରାଇ ୧୫୪ ରନ ସଂଗ୍ରହ କରିଥିଲେ।
କ୍ୟାପଟେନ ଶିବ ନାୟକ ୧୯ ବଲରେ ଚାରିଟି ଚୌକା ମାଧ୍ୟମରେ ୨୭ ରନ ସଂଗ୍ରହ କରିଥିବା ବେଳେ ରାମ ୨୫ ବଲ ରେ ଦଶଟି ଚୌକା ଓ ୬ ଟି ଛକା ମାରି ୮୮ ରନ ସଂଗ୍ରହ କରିଥିଲେ। କାହ୍ନା ୮ ଟି ବଲ ରେ ଦୁଇଟି ଚୌକା ମାରି ୯, ବିଭୁତି ୭, ଲୋକନାଥ ୧, ଚର୍ଚି ୨, ରଞ୍ଜନ ଦାସ ୭ ରନ୍, ସନ୍ତୋଷ ଚାରି, ବିକାଶ ୫ ରନ କରିଥିଲେ।
ପ୍ରେସ କ୍ଲବ ପକ୍ଷରୁ ରାମ ସର୍ବାଧିକ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ। ସେହିପରି ବାଳକୃଷ୍ଣ ଚର୍ଚି ୩ଟି, ରଞ୍ଜନ ୧, ବିଭୁତି ୨, ରାମ ଓ ରଞ୍ଜନ ପ୍ରମୁଖ ଗୋଟିଏ ଲେଖାଏଁ
ଉଇକେଟ ନେଇଥିଲେ।
ସେହିପରି ପୋଲିସ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁଙ୍କ କ୍ୟାପଟେନସିପରେ ଅନୁଷ୍ଠିତ ମ୍ୟାଚରେ ପୋଲିସ ଟିମ ପନ୍ଦର ଓଭର ରେ ୧୫୪ ରନ ସଂଗ୍ରହ କରିଥିଲେ। ସେଥିରୁ ତପନ ୭ଟା ଛକା ଓ ଦୁଇଟି ଚୌକା ସାହାଯ୍ୟରେ ୧୬ ବଲରେ ସର୍ବାଧିକ ୫୫ ରନ ସଂଗ୍ରହ କରିଥିଲେ। ଆର ଆଇ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଛକା ଓ ୫ ଟି ଚୌକା ମାରି ୨୮ ବଲ ରେ ଏକଚାଳିଶ ରନ ସଂଗ୍ରହ କରିଥିଲେ । ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଓ ଜୀବନ କୌଣସି ରନ ନ କରି ଆଉଟ ହୋଇଯାଇଥିଲେ। ତେବେ ପୋଲିସ ଟିମ ର ଜିତୁ ୨୫, ଅନନ୍ତ ୫, ଅବନୀ ୨, ଅଭିଜିତ ୧ ୩ ରନ ସଂଗ୍ରହ କରିଥିଲେ।
ଏହି ମ୍ୟାଚ ରେ ପ୍ରେସ କ୍ଲବ ପକ୍ଷରୁ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ସଦସ୍ୟ ଜୟାସେନ ପରିଡା, ବ୍ରଜ ନାୟକ, ଶିବ ରାମ ନାୟକ, ରଂଜିତ ଦିଗଲ , ରମେଶ ପ୍ରଧାନ, ଆଦିତ୍ୟ ତ୍ରିପାଠି, ଅଜିତ ମହାରଣା, ସୂର୍ଯ୍ୟ ବେହେରା,ସଦାଶିବ ପାତ୍ର, ଅଶୋକ ମହାନ୍ତି, କାହ୍ନ। ପଟ୍ଟନାୟକ , ବିଶ୍ୱ ରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
ସେହିପରି ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।