ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକର ବାଘମୁଣ୍ଡ ପଞ୍ଚାୟତ ଠାରୁ ଚଙ୍ଗରିଆ ନୂତନ ପଞ୍ଚାୟତ ଗଠନ ହେବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଚଙ୍ଗରିଆ ପଞ୍ଚାୟତରେ ହିତାଧିକାରୀ ରାସନ୍ ସମାଗ୍ରୀ ବଣ୍ଟନ କରିବା ବ୍ୟବସ୍ଥା ନଥିବା ଯୋଗୁଁ ଚାଉଳ, ଗହମ ଆଦି ରାସନ୍ ସମାଗ୍ରୀ ପାଇଁ ବାଘୁମୁଣ୍ଡା ପଞ୍ଚାୟତକୁ ଯିବାକୁ ପଡୁଥିଲା । ସରକାର ପଞ୍ଚାୟତ ଦୂରତାକୁ ଦୃଷ୍ଟିରେ ରଖି ନୂତନ ପଞ୍ଚାୟତ ଗଠନ କରିଛନ୍ତି । ହେଲେ ୨୦୧୭ ମସିହାରେ ନୂତନ ପଞ୍ଚାୟତ ଚଙ୍ଗରିଆ ଗଠନ ହୋଇ ୫ ବର୍ଷ ବିତିଯାଇଥିଲେ ବି ପଞ୍ଚାୟତର ସାଧାରଣ ଲୋକେ ସେହି ପୁରୁଣା ବାଘମୁଣ୍ଡ ପଞ୍ଚାୟତ ଉପରେ ନିର୍ଭର କରି ପ୍ରାୟ ୧୦ କି.ମି. ଦୂର ରାସ୍ତା ଯାଇ ଚାଉଳ ଗହମ ଆଦି ରାସନ୍ ସମାଗ୍ରୀ ଆଣୁଥିଲେ । ଯାହାଫଳରେ ବହୁ ହିତାଧିକାରୀ ଏବଂ ବିଶେଷ କରି ବୃଦ୍ଧବୃଦ୍ଧା ମାନେ ବହୁ ହଇରାଣ ହରକତ ହେଉଥିଲେ । ଚଳିତବର୍ଷ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିବା ସମାଜସେବୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଶୀଲ କୁମାର ଗୁରୁ ମୁଁ ବିଜୟ ଲାଭ କଲେ ଆମ ନୂତନ ଚଙ୍ଗରିଆ ପଞ୍ଚାୟତରେ ଚାଉଳ ଗହମ ମିଳିବା ବ୍ୟବସ୍ଥା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀ ଗୁରୁ ସରପଞ୍ଚ ଭାବେ ଦାୟିତ୍ଵ ନେବା ପରେ ପଞ୍ଚାୟତରେ ଚାଉଳ ମିଳିବ ବୋଲି ଦେଇଥିବା ପ୍ରତିଶୃତି ଆଜି ରକ୍ଷା କରିଛନ୍ତି। ସମାଜସେବୀ ସରପଞ୍ଚ ସୁଶୀଳ କୁମାର ଗୁରୁଙ୍କ ତତ୍ଵାବଧାନରେ ଚଙ୍ଗରିଆ ଗ୍ରାମପଞ୍ଚାୟତରେ ଚାଉଳ ଗହମ ବଣ୍ଟନ କରାଯାଇଥିଲା । ହିତାଧିକାରୀ ମାନେ ନିଜ ନୂତନ ପଞ୍ଚାୟତ ଚଙ୍ଗରିଆ କାର୍ଯ୍ୟଳୟରେ ଚାଉଳ ଗହମ ପାଇଥିବାରୁ ବହୁତ ଖୁସି ବ୍ୟକ୍ତ କରିବା ସହ ସରପଞ୍ଚ ଶ୍ରୀ ଗୁରୁଙ୍କୁ ହିତାଧିକାରୀ ମାନେ କହିଛନ୍ତି ଦାଦା ୫ ବରଷ୍ ବିତିଗଲା ଆମେ ବାଘମୁଣ୍ଡ କେ ୧୦ କିଲୋମିଟର ରାସ୍ତା ଯିବାକେ ପଡୁଥିଲା ଖରାବର୍ଷା ଶୀତ କାକରରେ ବଢ଼ା କଷ୍ଟେ ଚାଉଳ ଗହମ ଆଣୁ ଥିଲୁ ଆମେ, ନିଜର ପଞ୍ଚାୟତ ହେଲା ନାଇଁ ପାଇ ଇ ଥର ଗାଁରେ ଚାଉଳ ଗହମ ପାଇ କରି ହିତାଧିକାରୀଙ୍କ ସହ ଚଙ୍ଗରିଆ ପଞ୍ଚାୟତର ଜନସାଧାରଣ ସମସ୍ତେ ଖୁସିବ୍ୟକ୍ତ କରିବା ସହ ସରପଞ୍ଚ ଶ୍ରୀ ଗୁରୁଙ୍କ ଏପରି ଉଦ୍ୟମ ଓ ପ୍ରୟାସକୁ ସାଧୁବାଦ ଜଣାଇଥିଲେ। ଆଗାମୀ ଦିନରେ ପଞ୍ଚାୟତର ଉନ୍ନତି ଦିଗରେ ସରପଞ୍ଚ ଶ୍ରୀ ଗୁରୁଙ୍କ ପ୍ରୟାସ ଜାରି ରହିବ ବୋଲି ପଞ୍ଚାୟତର ଜନସାଧାରଣ ଆଶା ବାନ୍ଧିଛନ୍ତି । ପଞ୍ଚାୟତରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା, ରାସ୍ତାଘାଟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଆଦି ସମସ୍ୟାର ସମାଧାନ ଧିରେଧିରେ ସେ କରିପାରିବେ ବୋଲି ସରପଞ୍ଚ ଶ୍ରୀ ଗୁରୁ କହିଛନ୍ତି ।
Related Stories
November 23, 2024
November 23, 2024
November 23, 2024