ଭୁବନେଶ୍ୱର, ଟୀକା ନେଇଥିଲେ ଚତୁର୍ଥ ଲହରରେ ସଂକ୍ରମିତ ହେବା ଆଶଙ୍କା କମ୍ ରହିବ ବୋଲି କହିଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର । ସେ କହିଛନ୍ତି ଯେ ଚତୁର୍ଥ ଲହରରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ ମାତ୍ର ହସ୍ପିଟାଲାଇଜେସନ କମ୍ ରହିବ । ଯେଉଁଭଳି କୁହାଯାଉଛି ଚତୁର୍ଥ ଲହରରେ ପିଲା ବା କିଶୋରଙ୍କୁ ଅଧିକ ସଂକ୍ରମିତ କରିବ ନାହିଁ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ରାୟଗଡ଼ାରେ ୬୪ ଜଣ ପିଲା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଯଦି ଆମେ ଟେଷ୍ଟିଂ ବଢ଼ାଇବା ତେବେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବ । ତେଣୁ କେବଳ କିଶୋର କି ପିଲା ନୁହନ୍ତି, ବରଂ ସବୁ ପୀଢ଼ି ଏହାଦ୍ୱାରା ସଂକ୍ରମିତ ହେବେ । ଏହାର ଲକ୍ଷଣ ମଧ୍ୟ ସାମାନ୍ୟ ରହିବ । ଆଗକୁ ୩ ସପ୍ତାହ ବା ୧ମାସ ମଧ୍ୟରେ ସଂକ୍ରମଣ ଶୀର୍ଷକୁ ଯାଇପାରେ । ଆଉ ଯଦି ଟୀକା ନେଇଥିବେ ତେବେ ସଂକ୍ରମିତ ହେବା ଆଶଙ୍କା ମଧ୍ୟ କମ ରହିବ ବୋଲି ସେ ସୂଚନା ଦେଇଛନ୍ତି ।