-
ବିଧାୟକ ସୁବାଷ ପାଣିଗ୍ରାହୀ ଓ ଦୁଇ ସହଯୋଗୀଙ୍କୁ କୋର୍ଟଙ୍କ ସର୍ତମୂଳକ ଜାମିନ୍
ଦେବଗଡ଼, ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ସର୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଦୁଇ ଜାମିନଦାର ଓ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ୍ ଦେଇଛନ୍ତି କୋର୍ଟ ।
ପ୍ରକାଶ ଥାଉକି, ତିଲେଇବଣି ବିଡ଼ିଓଙ୍କୁ ଆକ୍ରମଣ ଘଟଣାରେ ଗତ ୧ ତାରିଖରେ ପୋଲିସ ତାଙ୍କୁ ଗିରଫ କରିଥିଲା । ବିଧାୟକଙ୍କୁ ଭୁବନେଶ୍ଵର ସ୍ଥିତ ସରକାରୀ କ୍ୱାର୍ଟର୍ସରୁ ଗିରଫ କରିଥିଲା ଦେବଗଡ଼ ପୋଲିସ । ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା ।