ଭୁବନେଶ୍ୱର, ବଙ୍ଗୋପସାଗରରେ ହେବାକୁ ଥିବା ବାତ୍ୟା ଗତିପଥ ବଦଳାଇ ପାରେ । ୧୦ରେ ବାତ୍ୟା ଗତିପଥ ବଦଳାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ୮ରେ ସୃଷ୍ଟି ହେବାକୁ ଥିବା ବାତ୍ୟା ୧୦ ଯାଏ ସମାନ ଦିଗରେ ଯିବ । ୧୦ ସଂଧ୍ୟା ଯାଏ ଉତର-ପଶ୍ଚିମ ଦିଗକୁ ଗତି କରିବ ବାତ୍ୟା । ୧୦ ତାରିଖ ସଂଧ୍ୟା ପରେ ବାତ୍ୟା ଦିଗ ବଦଳାଇବା ସମ୍ଭାବନା ରହିଛି । । ଦିଗ ବଦଳାଇ କ୍ରମେ ଉତର-ଉତରପୂର୍ବକୁ ବାତ୍ୟା ଗତି କରିବ । ଓଡ଼ିଶା ଉପକୂଳ ପାଖାପାଖି ପହଂଚିବା ପରେ ଦିଗ ବଦଳାଇବାର ସମ୍ଭାବନା ରହିଛି । । ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ହୋଇ ଯିବାର ସମ୍ଭାବନା ରହିଛି । ପ୍ରଭାବରେ ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ସେ କହିଛନ୍ତି ।