ବଲାଙ୍ଗୀର, ବଲାଙ୍ଗୀର ନିକଟସ୍ଥ ଗଇନ୍ତଲା ଗ୍ରାମରେ ଗତ ତିନି ତାରିଖ ଠାରୁ ସାତ ତାରିଖ ଯାଏ ବିଜେ ରାଜେ ପ୍ରଭୂ ଜଗନ୍ନାଥଙ୍କ ବିଗ୍ରହ ପରିବର୍ତନ ଉପଲକ୍ଷେ ଯଜ୍ଞ ତଥା ଚବିଶ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ତ୍ରିଦିବସୀୟ ଯଜ୍ଞର କର୍ତ୍ତା ଭାବରେ ବୃନ୍ଦାବନ ପଟେଲ ଓ ପତ୍ନୀ ସୁଦେଷ୍ଣା ପଟେଲ କର୍ତା ଭାବରେ କାର୍ଯ୍ୟ ତୁଳାଇ ଥିବାବେଳେ ୨୪ ପ୍ରହରୀ ନାମ ଯଜ୍ଞର କର୍ତା ଥିଲେ ଦୀପକ ରାଉତ ଓ ତାଙ୍କ ପତ୍ନୀ ସୁସ୍ମିତା ପଟେଲ।ଯଜ୍ଞର ବେଦ ମନ୍ତ୍ର ତଥା ନାମ ଯଜ୍ଞର ହରି ଧ୍ବନିରେ ଗଗନ ପବନ ମୁଖରିତ ହେଉ ଥିବାବେଳେ ଏକ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ଦୈନିକ ସହସ୍ରାଧିକ ଶ୍ରଦ୍ଧାଳୁ ଏହାକୁ ଉପଭୋଗ କରୁଥିଲେ ଓ ସେମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା।ଏଥିପାଇଁ ଗ୍ରାମର ସମସ୍ତେ ଅକୁଣ୍ଠ ଅର୍ଥ, ଶ୍ରମ ଓ ଦାୟିତ୍ବ ନିର୍ବାହ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।