
ସମ୍ବଲପୁର, ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ବୈଜାମୁଣ୍ଡା ଛକ ନିକଟରେ ଆଜି ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ପଛରେ ଧକ୍କା ଦେଇଛି ଟ୍ରକ୍ । ଫଳରେ ବାଇକ୍ ରେ ଯାଉଥିବା ବାପ ଓ ଦୁଇ ଝିଅ ଗାଡିରୁ ଛିଟିକି ତଳେ ପଡିଥିଲେ । ଘଟଣାସ୍ଥଳରେ ବାପ ଓ ଝିଅର ମୃତ୍ୟୁ ଘଟିଛି । ଅନ୍ୟ ଆହତ ଝିଅକୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତି କରାଯାଇଛି । ଘଟଣାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଛି । ଖବର ପାଇ ପୋଲିସ ସେଠାରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ ଚଳାଇଛି ।