
-
୮ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଗଞ୍ଜାମ ଏସପିଙ୍କୁ ଏନଏଚଆରସି କମିଶନରଙ୍କ ନିର୍ଦ୍ଦେଶ
ଗଞ୍ଜାମ, ଗତ ମାର୍ଚ୍ଚ ୨୫ ତାରିଖରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟି ମୃତ୍ୟୁ ଘଟିଥିଲା । ଥାନା ଅଧିକାରୀ ନିଜ ସରକାରୀ ବାସଭବନରେ ଥିବା ବେଳେ ଏହି ଘଟଣା ଘଟିଥିଲା । ଜଣେ କାର୍ଯ୍ୟରତ ଥାନା ଅଧିକାରୀଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠିଥିଲା । ବର୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁ କିପରି ଓ କେଉଁ ପରିସ୍ଥିତିରେ ହେଲା ତାହା ରହସ୍ୟଘେରରେ ରହିଛି । ଏହାକୁ ନେଇ ଭାରତୀୟ ବିକାଶ ପରିଷଦ ଜଗତସିଂହପୁର ଶାଖା ସଭାପତି ଅପ୍ରେଲ ୩ ତାରିଖରେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ନିକଟରେ ଏକ ପିଟିସନ ଦାୟର୍ କରି ମୃତ ଥାନା ଅଧିକାରୀଙ୍କ ପରିବାରବର୍ଗଙ୍କୁ ନ୍ୟାୟ ଦେବାକୁ ଆବେଦନ କରିଥିଲେ । ଏହି ଘଟଣାର ତଦନ୍ତ କରି ଆସନ୍ତା ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିଶନର ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।