-
ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା ସମସ୍ତ ଟ୍ରେନରେ ବର୍ତ୍ତମାନ ବାୟୋ-ଟଏଲେଟ୍ ଉପଲବ୍ଧ |
-
ବାୟୋ-ଟଏଲେଟ୍ ମାନବ ବର୍ଜ୍ୟବସ୍ତୁକୁ ଜଳ ଏବଂ ବାୟୋ-ଗ୍ୟାସରେ ପରିଣତ କରୁଛି |
-
ପୂର୍ବତଟ ରେଳପଥର ସମସ୍ତ 2089 ପାରମ୍ପାରିକ କୋଚ୍ ଗୁଡିକ ବର୍ତ୍ତମାନ ବାୟୋ-ଟଏଲେଟ୍ ସହିତ ସୁସଜ୍ଜିତ |
-
ପୂର୍ବତଟ ରେଳପଥର ପରିବେଶ ଏବଂ ହାଉସ୍ କିପିଙ୍ଗ ମ୍ୟାନେଜମେଣ୍ଟ (ଇଏନ୍ଏଚ୍ଏମ୍) ବିଭାଗର କ୍ରମାଗତ ପ୍ରୟାସ ଏହି କାର୍ଯ୍ୟକୁ ସମ୍ଭବ କରିପାରିଛି |
ସ୍ଵଚ୍ଛ ଭାରତ ଅଭିଯାନର ଏକ ଅଂଶ ଭାବରେ ପୂର୍ବ ତଟ ରେଳପଥ ଏହାର ସମସ୍ତ ପାରମ୍ପରିକ କୋଚ୍ ଗୁଡିକରେ ବାୟୋ-ଟଏଲେଟ୍ ସଂଯୋଗ କରି ପରିବେଶ ପରିଷ୍କାର ଓ ପରିଚ୍ଛନ୍ନତା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି |
ସ୍ୱଚ୍ଛ ଏବଂ ପରିବେଶ ଅନୁକୂଳ ଭ୍ରମଣ ଯୋଗାଇବା ଏବଂ “ସ୍ୱଚ୍ଛ ରେଳ, ସ୍ୱଚ୍ଛ ଭାରତ” ଅଭିଯାନ ପ୍ରତି ରେଳବାଇର ପ୍ରତିବଦ୍ଧତାକୁ ପୂରଣ କରିବା ପାଇଁ ଏହା ମଧ୍ୟ ଏକ ପ୍ରୟାସ | ଟ୍ରେନରେ ବାୟୋ-ଟଏଲେଟ୍ ସଂଯୋଗ କରିବା ଦ୍ୱାରା ମନୁଷ୍ୟର ବର୍ଜ୍ୟବସ୍ତୁକୁ ଜଳ ଏବଂ ଜୀବାଣୁ ସାହାଯ୍ୟରେ ବାୟୋ-ଗ୍ୟାସରେ ପରିଣତ କରେ | ଜୈବ ଶୌଚାଳୟର ଏହି ଯନ୍ତ୍ରକ୍ରିୟା କୌଶଳ କଠିନ ବର୍ଜ୍ୟବସ୍ତୁର ନିରନ୍ତର ପରିଚାଳନାରେ ବହୁତ ସାହାଯ୍ୟକାରୀ |
ପୂର୍ବ ତଟ ରେଳପଥ ଏହାର 2089 ପାରମ୍ପରିକ କୋଚରେ ବାୟୋ-ଟଏଲେଟ୍ ସ୍ଥାପନ କରି ରେଳପଥ ମଧ୍ୟରୁ ଚଳାଚଳ କରୁଥିବା ସମସ୍ତ ଟ୍ରେନ କୋଚରେ ଶତପ୍ରତିଶତ ବାୟୋ-ଟଏଲେଟ୍ ସଂଯୋଗ ହାସଲ କରିଛି | ପୂର୍ବ ତଟ ରେଳପଥରେ ବାୟୋ-ଟଏଲେଟ୍ ସହିତ ସମସ୍ତ ପାରମ୍ପାରିକ କୋଚ୍ ସଂଯୋଗ ଉଭୟ ରେଳ ଟ୍ରାକ୍ ରେ ମାନବ ବର୍ଜ୍ୟବସ୍ତୁକୁ ରୋକିବା ସହିତ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବାରେ ସାହାଯ୍ୟ କରୁଥିବାବେଳେ ରେଳ ଟ୍ରାକକୁ କ୍ଷୟକ୍ଷତିରୁ ମଧ୍ୟ ରକ୍ଷା କରିପାରୁଛି | ତେଣୁ, ଏହା ରେଳ ସମ୍ପତ୍ତିର ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବା ସହିତ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ମଧ୍ୟ ସୁଦୃଢ କରିବାରେ ସହାୟକ ହୋଇପାରିଛି |
ପୂର୍ବ ତଟ ରେଳପଥ ସଵାରୀ ଡବା ମରାମତି କାରଖାନା ମଞ୍ଚେଶ୍ୱର ସହିତ ଭୁବନେଶ୍ୱର, ବିଶାଖାପାଟନମ୍, ପୁରୀ ଏବଂ ସମ୍ବଲପୁର ଠାରେ ଥିବା ସମସ୍ତ କୋଚିଂ ଡିପୋ ମାନଙ୍କରେ ବ୍ୟାକ୍ଟେରିଆ ପ୍ଲାଣ୍ଟ ସ୍ଥାପନ କରିଛି ଯାହା ବାୟୋ ଟଏଲେଟରେ ବ୍ୟବହୃତ ହେଉଛି | ଏହି ବ୍ୟାକ୍ଟେରିଆ ମାନବ ବର୍ଜ୍ୟବସ୍ତୁକୁ ଜଳ ଏବଂ ଜୀବାଣୁ ସାହାଯ୍ୟରେ ବାୟୋ-ଗ୍ୟାସରେ ପରିଣତ କରିବାରେ ସହାୟକ ହୋଇଥାଏ |
ବର୍ଜ୍ୟବସ୍ତୁକୁ ସହଜ ଫ୍ଲଶ୍ କରିବା ପାଇଁ ବାୟୋ-ଟଏଲେଟ୍ ଗୁଡିକରେ ପୂର୍ବ ତଟ ରେଳପଥ ଏକ ସଫ୍ଟ ଫ୍ଲଶ୍ ପ୍ରଣାଳୀ ମଧ୍ୟ ସଂଯୋଗ କରାଇଅଛି | ଶୌଚାଳୟ ପାତ୍ରରେ ଆବର୍ଜନା ପକାଇବା ପାଇଁ ବାୟୋ ଟ୍ୟାଙ୍କ ସହିତ ସଜ୍ଜିତ ବିନ୍ ମଧ୍ୟ ଯୋଗାଇ ଦିଆଯାଇଅଛି | ବାୟୋ-ଟଏଲେଟ ଗୁଡିକର ସଠିକ୍ ବ୍ୟବହାର ବିଷୟରେ ଯାତ୍ରୀମାନଙ୍କ ସଚେତନତା ପାଇଁ ବାୟୋ-ଟଏଲେଟ୍ ବ୍ୟବହାର କରିବା ସମୟରେ (କଣ କରିବା) ଏବଂ (କଣ ନକରିବା) କାର୍ଯ୍ୟକଳାପ ବିଷୟରେ କୋଚରେ ଚିତ୍ରକଳା ବାର୍ତ୍ତା ପ୍ରଦର୍ଶିତ କରାଯାଇଅଛି |
ପରିବେଶ ଏବଂ ହାଉସ୍ କିପିଙ୍ଗ ମ୍ୟାନେଜମେଣ୍ଟ (ଇଏନ୍ଏଚ୍ଏମ୍) ବିଭାଗ ପରିବେଶ ପ୍ରଦୂଷଣକୁ ନେଇ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି | ବିଭିନ୍ନ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟକଳାପ ପ୍ରତିଷ୍ଠା କରିବା ପାଇଁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଓ ସଚେତନତା ଆରମ୍ଭ କରି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ପ୍ରଦୂଷଣ ମୁକ୍ତ ପରିବେଶକୁ ସୁନିଶ୍ଚିତ କରିବା ପାଇଁ ଏନ୍ଏଚ୍ଏମ୍ ବିଭାଗ ବିଭିନ୍ନ ପଦକ୍ଷେପ ନେଇଛି | ବାୟୋ-ଟଏଲେଟ୍ ବ୍ୟତୀତ ଏହି କାର୍ଯ୍ୟକଳାପରେ ରେଳବାଇ ସାଇଡିଂରେ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ, ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ, ପ୍ରଭାବଶାଳୀ ପରିଛନତା ପ୍ଲାଣ୍ଟ, ଝୁଲା ବା ଟଙ୍ଗାଯାଇଥିବା ଯୌଥ ଡଷ୍ଟବିନ୍, ସ୍ୱେରେଜ୍ ଏବଂ ଜଳ ବିଶୋଧନ କାରଖାନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପଦକ୍ଷେପ, ପ୍ଲାଷ୍ଟିକ୍ ବୋତଲ କ୍ରସ୍ ମେସିନ୍, କମ୍ପୋଷ୍ଟ ପ୍ଲାଣ୍ଟ, ସାନିଟାରୀ ପ୍ୟାଡ୍ ଇନସିନେରେଟର, ସୌର ଚାଳିତ ପାୱାର୍ ପ୍ଲାଣ୍ଟ, ସବୁଜ ବିକାଶ ଏବଂ ସବୁଜ ପଦକ୍ଷେପ, ଆବର୍ଜନାରୁ ଶକ୍ତି ଉତ୍ପାଦନ ଏବଂ ବର୍ଷା ଜଳ ଅମଳର ଗର୍ତ୍ତ ଇତ୍ୟାଦିକୁ ପୂର୍ବତଟ ରେଳପଥ ପରିବେଶ ଏବଂ ହାଉସ୍ କିପିଙ୍ଗ ମ୍ୟାନେଜମେଣ୍ଟ ବିଭାଗ ଅନ୍ତର୍ଭୁକ୍ତ କରିଛି |